ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଢଙ୍ଗି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଦାଉଦପୁର ପଞ୍ଚାୟତର ବୋଧଙ୍ଗ ଠାରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ନିଜ ଅଞ୍ଚଳରେ ଭାଇଚାରାକୁ ବଜାୟ ରଖିବା, ଏହି ଟୁର୍ଣ୍ଣାମେଣ୍ଟ କୁ ବୋଧଙ୍ଗ ଅଞ୍ଚଳର ଯୁବକ ବଂଧୁ ମାନେ ଆୟୋଜନ କରିଥିଲେ । ଆଠଗୋଟି ଦଳକୁ ନେଇ ଏହି ପ୍ରତିଯୋଗିତା, ଦାଉଦପୁର ଅଞ୍ଚଳର କ୍ରିକେଟ ପ୍ରେମୀ ମାନଙ୍କୁ ଭରପୁର ଖୋରାକି ଯୋଗାଇଦେଇଥିଲା. ଏପରି କି ମହିଳାମାନେ ମଧ୍ୟ କ୍ରିକେଟ ଦେଖିବା ପାଇଁ ଉପସ୍ଥିତ ଥିଲେ. ପ୍ରକାଶ ଥାଉକି ଉକ୍ତ ପ୍ରତିଯୋଗିତାର ଉଦଘାଟନ ଉଛବ ନିମଂତ୍ରିତ ଅତିଥି ମାନଙ୍କ ଉପସ୍ଥିତିରେ ସମ୍ପୂର୍ଣରୂପେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ, ଏମ . ଏସ. ସି କ୍ଲବ ର ମ୍ୟାନେଜର, ମିଷ୍ଟର ଜଗନ ସ୍ୱାଗତ ଭାଷଣ ଦେଇଥିବାବେଳେ, ମୁଖ୍ୟ ଅତିଥି ଭାବେ ଅଞ୍ଚଳର ଅତି ପରିଚିତ ବ୍ୟକ୍ତିତ୍ବ ସମାଜସେବୀ ହିମାଂଶୁ ଶେଖର ମହାନ୍ତି ଉପସ୍ଥିତ ରହିବା ସହିତ ପିଲାମାନଙ୍କୁ ନିଜ ବକ୍ତ୍ୟବ ମାଧ୍ୟମରେ ଉଚ୍ଛାହିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ସନ୍ତୋଷ କୁମାର ମହାନ୍ତି, ସରପଞ୍ଚ ଙ୍କ ପ୍ରତିନିଧି ଦିବାକର ସାହୁ, ଶରତ ଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ମହାନ୍ତି,ଯୁବନେତା ଲଲିତେନ୍ଦୁ ବିଶୋଇ,ଆଶିଷ ମହାନ୍ତି,ଜାନକୀ ସାହୁ, ଗୌରାଙ୍ଗ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରଭାକର ମହାନ୍ତି, ବିଶ୍ୱନାଥ ନାୟକ, ଦିଲ୍ଲୀପ କୁମାର ମହାନ୍ତି,ଆଶୁତୋଷ ମହାନ୍ତି, ପିତାମ୍ବର ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ଜୟନ୍ତ ମହାନ୍ତି, ତାପସ ରଞ୍ଜନ ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଖେଳରେ ଆଠଗୋଟି ଦଳ ମଧ୍ୟରୁ ୟଙ୍ଗ ଷ୍ଟାର କାକୁଡିଆପଡା ଓ ଷ୍ଟାର ଇଲେଭେନ, ତୁଳସୀପୁର, କେନ୍ଦ୍ରାପଡା ଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ. ପରବର୍ତ୍ତୀ ପର୍ଯ୍ୟାୟରେ ୟଙ୍ଗଷ୍ଟାର, କାକୁଡିଆପଡା, କେନ୍ଦ୍ରାପଡା ଷ୍ଟାର ଇଲେଭେନ କୁ ଫାଇନାଲ ମ୍ୟାଚ ରେ ପରାସ୍ତ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ଓ ଷ୍ଟାର ଇଲେଭେନ କୁ ରନର୍ସଅପ ଦଳ ଭାବେ ସନ୍ତୁଷ୍ଟ ହେବାକୁ ପଡିଥିଲା । ମାଆ ସପ୍ତଫେଣି କ୍ଲବ ର ସମସ୍ତ ଯୁବକ ବନ୍ଧୁ ମାନଙ୍କର ପୂର୍ଣ୍ଣ ସହଯୋଗ ପାଈଁ ବିଶେଷ କରି କୁନିଆ ଭାଇ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଉଭୟ ଦଳକୁ ପୁରସ୍କାର ବିତରଣପରେ, ଅନୁଷ୍ଠାନର କ୍ୟାସିୟର ସନ୍ତୋଷ ଧନ୍ୟବାଦ ଅର୍ପଣ କରି ଆଗାମୀ ବର୍ଷକୁ ଆଉଥରେ ଭେଟିବା କହି ସଭା ସାଙ୍ଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.