ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ପର୍ବ

0

ଗଣିଆ ( ତରୁଣ କୁମାର ଅମାୟନ୍ତ )- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକଟି ଜିଲ୍ଲାର ସବୁଠାରୁ ଛୋଟ ବ୍ଲକ ଭାବରେ ଜଣାଶୁଣା ଥିଲେ ମଧ୍ୟ ଏଠାକାର ରାଜନୈତିକ ପାଣିପାଗ ସର୍ବଦା ଉଦାହରଣ ସୃଷ୍ଟି କରେ। ଏହି ବ୍ଲକଟି ସମୁଦାୟ ୮ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିଲେ ହେଁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ମୁଖ୍ୟତଃ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡ଼ି ମଧ୍ୟରେ ଅଙ୍କ କଷାକଷି ଆରମ୍ଭ କରିଦେଇଛନ୍ତି।ତେଣୁ ଆଗାମି ନିର୍ବାଚନ ନିମନ୍ତେ ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲା ପରିଷଦ ଏପରିକି ୱଡମେମ୍ବର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ଆରମ୍ଭ କରିଦେଇଛନ୍ତି କିନ୍ତୁ ପ୍ରାର୍ଥୀପତ୍ର ଦାଖଲର ମାହୋଲ ଏକ ରକମ ଫିକା ପଡ଼ିଯାଇଛି।କାରଣ କୋଭିଡ-୧୯ର ପ୍ରାଦୁର୍ଭାବକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ୍ ଫଳରେ ପ୍ରାର୍ଥୀପତ୍ର ଦାଖଲର ମାହୋଲ ସମ୍ପୁର୍ଣ୍ଣ ଫିକା ପଡ଼ିଯାଇଛି।ଫଳରେ ରାଜନୈତିକ ନିର୍ବାଚନର କୋଳାହଳ ଏକ ପ୍ରକାର ଶାନ୍ତ ସ୍ବଭାବ ପରିବେଶ ଦେଖିବାକୁ ମିଳିଛି।ପ୍ରତି ନିର୍ବାଚନରେ ଏପରି ଶାନ୍ତ ପରିବେଶ ବଜାୟ ରହିଲେ ବହୁତ ଶାନ୍ତି ମିଳିବ ବୋଲି ଜନସାଧାରଣରେ ଆଲୋଚନା ହୁଏ।

Leave A Reply

Your email address will not be published.