ଗୋଷାଣୀ ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମ :  ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୪କୋଟି ୭୫ ଲକ୍ଷ ଟଙ୍କା ଅନୁଦାନ

0

02-08-18-gosani.jpg - 143.30 kB

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପଞ୍ଚାୟତ ସମିତି  (ଗୋଷାଣୀ) କାର୍ଯ୍ୟାଳୟ ନିକଟସ୍ଥ ଖେଳପଡିଆ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସ ଜରିଆରେ  ବ୍ଲକ ଅଧ୍ୟକ୍ଷା ସି.ଏଚ ତାରକେଶ୍ୱରୀଙ୍କ ସହ କଥାବାର୍ତ୍ତା କରି ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୪କୋଟି ୭୫ ଲକ୍ଷ ଟଙ୍କା ଅନୁଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଜିଲ୍ଲା ପରିଷଦ ସଦସ୍ୟ ବିମଳା ସାମଲ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ପି. ଡିଲେଶ୍ୱର ରାଓ, ବ୍ଲକ ବିଜେଡି ସଭାପତି ଉମାଶଙ୍କର ପାତ୍ର ସମେତ ବିଭିନ୍ନ ପଞ୍ଚାୟତର ସରପଂଚ ସମିତି ସଭ୍ୟ ମାନଙ୍କ ସହ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଏସ୍‍.ପି ଅମୁଲ୍ୟ କୁମାର ଦାସ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.