ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

0

୨୨ ତାରିଖ ଯାଞ୍ଚ , ୨୫ ତାରିଖ ଚୂଡାନ୍ତ ପ୍ରାର୍ଥୀ ତାଲିକା।

ରାଉରକେଲା(ବସନ୍ତ ଜେନା): ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ନେବା ଆରମ୍ଭ ହୋଇଯାଇଛି। ବଣେଇ , କୋଇଡା , ସୁନ୍ଦରଗଡ଼ , ରାଜଗାଙ୍ଗପୁର , ବିରମିତ୍ରପୁର , କୁଆରମୁଣ୍ଡା , କୁତ୍ରା ଆଦି ସ୍ଥାନରେ କେତେକ ଆଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ନେଇଛନ୍ତି। ବଣେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ସି ପି ଏମ ପକ୍ଷରୁ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଉପସ୍ଥିତି ରେ ୪ଟି ବ୍ଲକର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ନେଇଛନ୍ତି। ବିଜେପି ର ଜଣେ ଆଶାୟୀ ପ୍ରାର୍ଥୀ ମଧ୍ୟ ଜିଲ୍ଳା ପରିଷଦ ଲାଗି ନାମାଙ୍କନ ପତ୍ର ନେଇଥିବା ସୂଚନା ମିଳିଛି।
ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ସେମାନଙ୍କ ଅପରାଧିକ ପୃଷ୍ଟଭୂମି , ସମ୍ପତ୍ତି ତାଲିକା ଏବଂ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିବେ । ନାମାଙ୍କନ ପତ୍ର ଯାଞ୍ଚ ୨୨ ତାରିଖରେ ହେବ ଏବଂ ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପଞ୍ଚାୟତ ନିର୍ବାଚନ ପାଞ୍ଚ ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ସକାଳ ୭ ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।
ଫେବ୍ରୁଆରୀ ୧୬ , ୧୮ , ୨୦, ୨୨ , ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ ବୋଲି ୧୧ ତାରିଖ ରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ।ଫେବୃଆରୀ ୨୬ , ୨୭ , ୨୮ ରେ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା କରାଯିବ। ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ମଡେଲ କୋଡ଼ ଅଫ କଣ୍ଡକ୍ଟ ଲାଗୁ ରହିବ ।

Leave A Reply

Your email address will not be published.