ଶ୍ରୀ ଶ୍ରୀ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

0

ସିମୁଳିଆ(ଅକ୍ଷୟ କୁମାର ଜେନା):  ମଣିଷ ସମାଜ କୋରନା ମହାମାରୀ ବ୍ୟାଧି ରେ ଅଦ୍ୟାବଧି ପୀଡିତ। ସମାଜ ରେ ମୁଖ୍ୟ ସ୍ରୋତ ରେ ଆସି ନ ପାରୁଥିବା ମଣିଷ ସମାଜ ଏନେକ ବାଧା ବିଘ୍ନ ମଧ୍ୟ ଦେଇ ଗତି କରୁଛି। ମାନସିକ ସ୍ଥର ରେ ଶାନ୍ତି ନିମିତ୍ତ ଭଗବାନ୍ ଙ୍କ ଆଶ୍ରିତ ହେବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ। ଆଜି ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ମେଳଣ ପଡିଆ ରେ କୋଭିଡ କଟକଣା ଭିତରେ ସତର ତମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ପାଗ କୋହଲା ସାଙ୍ଗକୁ ବର୍ଷା ତୁହାକୁ ତୁହା ଭକ୍ତ ଙ୍କ ଗହଳି କମ୍ ଥିବା ବେଳେ ବିଶ୍ଵ ଶାନ୍ତି ମହାଯଜ୍ଞ କମିଟି ବହୁ ବର୍ଷ ଧରି ଏହାକୁ ସୂଚାରୁ ରୂପେ ତୁଲାଇ ଆସିବା ସହ ବହୁ ଆଖ ପାଖ ଗାଁ ର ଲୋକ ଏଠାରେ ରୁଣ୍ଡିଭୂତ ହୋଇ ଭଗବାନ୍ ଙ୍କ ଶରଣାପନ୍ନ ହେବା ସହ ଏକ ଭକ୍ତି ଭରା ପରିବେଶ ଅନେକ ଦିନ ଧରି ଏଠାରେ ଦେଖିବାକୁ ମିଳେ।

Leave A Reply

Your email address will not be published.