ଭୁବନେଶ୍ବର(ଶାସକ ପ୍ରଶାସକ) – ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ଓ ଦୁବାଇରେ ନିଖୋଜ ହେଇଥିବା ଅଜିତ ବିଶ୍ବାଳଙ୍କୁ ସ୍ବଦେଶ ଫେରାଇଆଣିବା ପାଇଁ ଉଭୟ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି |
ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲା ଇଟାମାଟି ଥାନା ଅର୍ନ୍ତଗତ ଲାଠିପଡା (ନୂଆସାହି) ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ଶୁଭକାନ୍ତ ପ୍ରଧାନ ସାଉଦି ଆରବର ଏକ ଘରୋଇ କମ୍ପାନିରେ କାମ କରୁଥିଲେ| ଚଳିତ ମାସ ୧୧ ତାରିଖରେ ଶୁଭକାନ୍ତ ଆତ୍ମହତ୍ୟା କରିଥିବା ଖବର କମ୍ପନି କର୍ତ୍ତୃପକ୍ଷ ପ୍ରହଲ୍ଲାଦଙ୍କୁ ୧୨ ତାରିଖ ଜଣାଇଥିଲେ, ସେହିପରି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅର୍ନ୍ତଗତ ଖଡିପାଳ ଗ୍ରାମର ଦିପ୍ତୀରେଖ ବିଶ୍ବାଳଙ୍କ ସ୍ବାମୀ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ | ଚଳିତ ମାସ ୧ ତାରିଖରେ ଅଜିତ ଏବଂ ତାଙ୍କ ବନ୍ଧୁ ସୁଶାନ୍ତ ସାହୁ ଉଭୟ କୋଭିଡ୍ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ଦୁଇ ଦିନ ଚିକିସା ପରେ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନନ୍ତରିଣ କରାଯାଇଥିଲା | ସୁଶାନ୍ତ ସୁସ୍ଥ ହେବା ପରେ ଅଜିତଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ଅଜିତଙ୍କ କୌଣସି ଖୋଜଖବର ମିଳିନଥିଲା ଓ ଏନେଇ ସୁଶାନ୍ତ ଅଜିତ ପରିବାରଙ୍କୁ ଜଣାଇଥିଲେ | ଉଭୟଙ୍କ ପରିବାର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲେଖିଥିଲେ | ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଉଭୟ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ସେମାନଙ୍କର ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ |
Sign in
Sign in
Recover your password.
A password will be e-mailed to you.