ସବୁଜ ସୁନ୍ଦର ବାରିପଦା ଓ ବିଜୁ ଜନତା ଦଳ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ନୂତନ ବସ୍ତ୍ର ବଣ୍ଟନ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୧୪ ପବିତ୍ର ମକର ସଂକ୍ରାନ୍ତିକୁ ମୟୂରଭଞ୍ଜ ଜିଲ୍ଲାରେ ଏକ ଗଣପର୍ବ ଭାବେ ପାଳନ କରାଯାଇଆସୁଥିବା ବେଳେ ପ୍ରାୟତଃ ଅଧିକାଂଶ ଜନସାଧାରଣ ନୂତନ ବସ୍ତ୍ର ପରିଧାନର ପ୍ରଚଳିତ ପରମ୍ପରା ରହିଆସିଛି । ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସବୁଜ ସୁନ୍ଦର ବାରିପଦା ଓ ବିଜୁ ଜନତା ଦଳ ପକ୍ଷରୁ ବାରିପଦା ପୌରପରିଷଦର ସଫେଇ କର୍ମଚାରୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ିର ଜିଲ୍ଲା ସଭାପତି ତଥା ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫେଇ କର୍ମଚାରୀମାନଙ୍କୁ ବସ୍ତ୍ର ବଣ୍ଟନ କରିଥିବା ସମୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଏସଡ଼ିସି ଅଧ୍ୟକ୍ଷ ଡ଼ା ଦେବାଶିଷ ମାର୍ଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସୁବ୍ରମଣ୍ୟମ୍ ମହାନ୍ତି, ସବୁଜ ସୁନ୍ଦର ବାରିପଦାର ଆବାହକ ତଥା ପୂର୍ବତନ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦୀପ୍ତି ଲତା ମିଶ୍ର, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ ନାୟକ, ବରିଷ୍ଠ ବିଜେଡ଼ି ନେତା କୃଷ୍ଣ ଦାସ, ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବୀଣାପାଣି ସାହୁ, ଅବଦ୍ଧୁଲ ହବିବ୍, ପୂର୍ବତନ ନଗରପାଳ ରାଜ ଶିବନାରାୟଣ କିସ୍କୁ, ପୂର୍ବତନ କାଉନସିଲର ସ୍ୱରୂପ ପଟ୍ଟନାୟକ, ଦେବାଶିଷ ଦାସ, ଶୋଭାକର ପଟ୍ଟାୟତ, ଅନନ୍ତ ଦାସ, ଗୀତା ରାଣୀ ବେହେରା, ଦୁର୍ଗାମଣୀ ଆଚାର୍ଯ୍ୟ ଓ ଦ୍ରୌପଦୀ ସାହୁ, ଯୁବ ନେତା ଶ୍ରବଣ କୁମାର ଗୋପ, ପୂର୍ବତନ ଛାତ୍ର ସଭାପତି ବିରଞ୍ଚି ମହାପାତ୍ର, ନାନୁ ମହାକୁଡ଼, କପିଲ ଖଣ୍ଡେଲୱାଲ, ଅମର ସେଠୀ, ଶୈଳେନ୍ଦ୍ର ପାତ୍ର, ନନ୍ଦନ ଭଞ୍ଜ, ପ୍ରଭାତୀ ପୃଷ୍ଟି, ସବିତା ବେହେରା, ବେଣୁଧର ସାହୁ, ବିଷ୍ଣୁପ୍ରିୟା ଦାସ, ସରୋଜ ବୋଷ, ପୂର୍ଣ୍ଣାନନ୍ଦ ପରିଡ଼ା, ଦୀପକ ଘୋଷ, ଅମ୍ବିକା ଘୋଷ, ପର୍ଶୁରାମ ଶର୍ମା, ବିଜୟ କୁମାର ଦାସ, ପ୍ରଦୀପ ଦାସ, ଦିବ୍ୟବ୍ରତ ସେନାପତି, ଦେବ୍ୟବ୍ରତ ମହାନ୍ତି, ରଜତ ସାହୁ, ଦୀପକ ମଢ଼ୁଆଳ, ରାଜାତୁଲ୍ଲା ପ୍ରମୁଖ ବିଜୁ ଜନତା ଦଳର ନେତା କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.