ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲାସ୍ତରୀୟ ସମୀକ୍ଷା ଓ ବୈଠକ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ସଭାଗୃହଠାରେ ବ୍ୟାଙ୍କ ସମୂହ ଜିଲ୍ଲାର ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଅଧକ୍ଷତା କରି ଜିଲ୍ଲାପାଳ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଋଣ ଓ ସବସିଡ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ l ବର୍ତ୍ତମାନ ପଂଚାୟତରାଜ ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇଥିବାରୁ ଆଗାମୀ ୨ମାସ ଵ୍ୟାଙ୍କରମାନେ ଫିଲ୍ଡ ଭିଜିଟ କରନ୍ତୁ l ଯେଉଁମାନେ ଋଣ ପାଇବା ଯୋଗ୍ୟ ଚୟନ କରନ୍ତୁ l ପ୍ରଧାନମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ବହୁତ ସୁଯୋଗ ରହିଛି l ଜିଲ୍ଲାରେ ଜନ ସମ୍ବଳ,ସମ୍ପଦ ର ପାଣ୍ଠି ରହିଛି ଏହାର ସୁବିନିଯୋଗ ହେଲେ ହିତାଧିକାରୀମାନେ ଉପକୃତ ରହିପାରିବେ l ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଭଲ କାମ କରୁଛନ୍ତି l ସେମାନଙ୍କର ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କ ଋଣ ସହାୟତା ଆବଶ୍ୟକ ସେମାନେ ବ୍ୟାଙ୍କ ଋଣ ଠିକ ସମୟରେ ପରିଶୋଧ କରୁଛନ୍ତି l କେଉଁ ବ୍ୟାଙ୍କ ରେ କେତେ ଆବେଦନ ବିଚାରଧୀନ ଅଛି ସେଗୁଡିକ ତୁରନ୍ତ ତଦାରଖ କରି ଆବଶକ୍ୟ ପଦକ୍ଷେପ ନିଆଯାଉ ବୋଲି ପରାମର୍ଶ ଦେଇଥିଲେ l

ବୈଠକରେ ଯୋଗ ଦେଇ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି କହିଲେ, “ କୃଷି, ଉଦ୍ୟାନ କୃଷି, ମସ୍ୟ, SHG ଜୀବିକା ମିଶନ ର ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଠିକ ସମୟରେ ଋଣ ପ୍ରଦାନ କରାଯାଉ l ବୈଠକରେ ଆଞ୍ଚଳିକ ପରିଚାଳକ ଷ୍ଟେର୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ଶ୍ରୀ ସୁବାଷଚନ୍ଦ୍ର ବେହେରା ଓ ଓଡିଶା ଗ୍ରାମ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଶ୍ରୀ ଯତୀନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l ସେପ୍ଟେମ୍ବର 2021 ସୁଦ୍ଧା ସିଡ଼ି ଅନୁପାତ 35 ଶତକଡା ରହିଛି l ନାବାର୍ଡ଼ ଋଣ ପରିମାଣକୁ ମିସାଇଲ ଏହା 42%ହୋଇଛି l ବୈଠକରେ ବଳରାମ ଯୋଜନା, କୃଷି, ଉଦ୍ୟାନ କୃଷି, ମସ୍ୟ ଚାଷ, କୁକୁଡ଼ା ଚାଷ, ଦୁଗ୍ଧ ଉତ୍ପାଦନ, କିସାନ କ୍ରେଡିଟ କାର୍ଡ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଓଡିଶା ଜୀବିକା ମିଶନ, ସହରାଞ୍ଚଳ ଜୀବିକା ମିଶନ,ପିଏମଜିପି, ୟୁକୋ ଆର. ସେ.ଟି, ବୁଣାକାର କିଶାନ କ୍ରେଡିଟ କାର୍ଡ, ବ୍ୟାଙ୍କି ଇଣ୍ଡିକେଟର, ଋଣ ଆଦାୟ ସମ୍ପର୍କରେ ଆଲୋଚନା ହୋଇଥିଲା l ବୈଠକରେ ଡିଡିଏମ, ନବାଡ ଶ୍ରୀ ବିଶ୍ଵଭୂଷଣ ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, G.M,D.I.C, ଜିଲ୍ଲା ମସ୍ୟ ଅଧିକାରୀ, ଜିଲ୍ଲାର ଉପନିର୍ଦେଶକ ଉଦ୍ୟାନ କୃଷି ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗ ଦେଇ ଆଲୋଚନାର ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.