ମାତ୍ର ୭ ହଜାର ଟଙ୍କାରେ ବିକ୍ରି ହୋଇଥିବା ନବଜାତକ ଉଦ୍ଧାର

0

ଦେବଗଡ (ଅବନୀକାନ୍ତ ମିଶ୍ର) : ମାତ୍ର ୭ ହଜାର ଟଙ୍କାରେ ବିକ୍ରି ହୋଇଥିବା ଏକ ନବଜାତ ଶିଶୁ ପୁତ୍ର କୁ ରିଆମାଳ ବ୍ଲକ ଅନ୍ତର୍ଗତ ସେଣ୍ଡା ଅଞ୍ଚଳରୁ କୁଣ୍ଢେଇଗୋଲା ପୋଲିସ ସହାୟତାରେ ଚାଇଲ୍ଡଲାଇନ୍ ଦ୍ଵାରା ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସେଣ୍ଡI ରେ ରହୁଥିବା ରାମ ମାଝୀ ଙ୍କ ସ୍ତ୍ରୀ ବାସନ୍ତୀ ମାଝୀ ଗତ ୮ତାରିଖ ଦିନ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଜନ୍ମ ଦେବାର ଗୋଟିଏ ଦିନ ପରେ ତାଙ୍କ କୋଳରୁ ନବଜାତ ଶିଶୁ ପୁତ୍ର ଟି ଗାଇବ ହୋଇ ଯାଇଥିବା ଗୃହ ପରିଦର୍ଶନ ରେ ଯାଇଥିବା ଆଶା କର୍ମୀ ଜାଣିବାକୁ ପାଇଲେ। ପଚାରିବାରୁ ମା ଜଣକ ଶିଶୁର ମୃତ୍ୟୁ ହୋଇଯାଇଛି ବୋଲି ବୟାନ ଦେଲେ। ଅନ୍ୟପକ୍ଷରେ କୌଣସି ଅଜଣା ବ୍ୟକ୍ତି ଚାଇଲ୍ଡଲାଇନ ନମ୍ବର ୧୦୯୮ ରେ ଫୋନ କରି ଶିଶୁର ବିକ୍ରୀ ହୋଇଥିବା ସୂଚନା ଦେଇଥିଲେ। ଏହି ସୂଚନା ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ଙ୍କ ନିର୍ଦ୍ଦେଶ ଅନୁସାରେ ଚାଇଲ୍ଡଲାଇନ ର ନିର୍ଦେଶିକା ରିତାରାଣୀ ରାଉତ, ସିଏସଡିଆର ନିର୍ଦ୍ଦେଶକ ଜଗନ୍ନାଥ ପଣ୍ଡା ଓ ଚାଇଲ୍ଡ ଲାଇନ ସଂଯୋଜକ ପ୍ରଶାନ୍ତ ବେହେରା କୁଣ୍ଢେଇଗୋଲା ପୋଲିସ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଶିଶୁର ମା ବାସନ୍ତୀ ମାଝୀ ଶେଷରେ ସ୍ବୀକାର କରିଲା ଯେ ୭ହଜାର ଟଙ୍କା ରେ ଅନୁଗୁଳ ମାମୁରିଆ ରୁ ଆସି ଷେଣ୍ଢI ରେ ଏକ ଭଡ଼ା ଘରେ ରହୁଥିବା ଦିଲ୍ଲୀପ ଦେହୁରୀ ଓ ସ୍ତ୍ରୀ ସୋନାଲି ଦେହୁରୀ ଙ୍କ ମଧ୍ୟସ୍ଥତା ରେ ରିଆମାଳ ବ୍ଲକ ନୂଆପଡ଼ା ର ଖୁଲଣା ବେହେରା କୁ ଶିଶୁଟିର ହସ୍ତାତର କରଯାଇଛି। ପୋଲିସ୍ ଓ ଚାଇଲ୍ଡଲାଇନ ଚଢ଼ାଉ କରି ଖୁଲଣI ବେହେରା ଘରୁ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରାଗଲା। ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ସିଡବଲୁସିଙ୍କୁ ଅବଗତ କରାଇ ସପୋର୍ଟ ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଆନୁଷ୍ଠାନିକ ସେବା ପାଇଁ ହସ୍ତାତରଣ କରଯାଇଛି। ଅନ୍ୟ ପକ୍ଷରେ ଚାଇଲ୍ଡଲାଇନ ନିର୍ଦ୍ଦେଶକ ଙ୍କ ଏତଲାକ୍ରମେ କୁଣ୍ଢେଇଗୋଲା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସୋନାଲି ଦେହୁରୀ ଓ ଖୁଲଣI ବେହେରା କୁ ଗିରଫ କରିଥିବାବେଳେ ଦିଲ୍ଲୀପ ଦେହୁରୀ ଫେରାର ହୋଇଯାଇଛି।

Leave A Reply

Your email address will not be published.