ଭିନ୍ନକ୍ଷମ ଯୁବକଙ୍କ ପାଠପଢା ପାଇଁ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ  

0

01-08-18-bhijnnakhyam.jpg - 79.07 kBବଣାଇଁ :  ବଣାଇ ଉପଖଣ୍ଡର କୋଇଡ଼ା ବ୍ଲକ ଅନ୍ତର୍ଗତ ରେଲାତୁ ପଞ୍ଚାୟତର ରେଲାତୁ ଗ୍ରାମର ସ୍ଵର୍ଗତ ଉଦୟ ମୁଣ୍ଡା ପୁତ୍ର ହାବିଲ ମୁଣ୍ଡା (୨୨)ନାମକ ଯୁବକ ଜଣେ ଭିନ୍ନକ୍ଷମ ଭାବେ ଜୀବନ ବିତାଉଛନ୍ତି। ହାବିଲ ମୁଣ୍ଡା ପିଲାଟିର ଦିନରୁ ତାଙ୍କର ବାପାଙ୍କ ଆରପରିକୁ ହୋଇଯାଇ ଥିବା ବେଳେ ମାଆ ମୁକ୍ତା ମୁଣ୍ଡା ଗରିବ ଆଦିବାସୀ ମହିଳା ଜଣଙ୍କ ଦୁଇଟି ପିଲାମାନଙ୍କୁ ଜନ୍ମ ଦେବାରେ ସ୍ୱାମୀ ଆରପାରିକୁ ଚାଲିଗଲେଣି। ସେ ବଡ ଦୁଃଖ କଷ୍ଟରେ ଜୀବନ ବିତାଇ  ବଡ ପୁଅ ହାବିଲ ମୁଣ୍ଡାଙ୍କୁ ପାଠପଢାଇବା ପାଇଁ କୁଲିମଜୁରୀ  କରି ଯଥାକଥା ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାକୁ ପାଠପଢାଇ ଥିଲେ। ହେଲେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ମେଟ୍ରିକ ପରୀକ୍ଷା ୨୦୧୪ ମସିହାରେ ପାସ ହୋଇଗଲେ ସତ କିନ୍ତୁ ବାପ ଛେଉଣ୍ଡ ପିଲାଟିର ମନ ଅଛି ଅଗକୁ ପଢିବା ପାଇଁ ନିଜର ସ୍ୱଇଚ୍ଛାରେ କୌଣସି ମତେ ନିଜର ଜୀବନ ଜୀବିକା ଗଢିପାରିବି ହାବିଲ ଇଚ୍ଛା ରହିଛି। ଅଥଚ ବିଧବା ମାଆ ସେବି ବା କ ଣ କରିପାରିବେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଅର୍ଥ ସାଜିଛି ବାଧକ ସରକାରଙ୍କ ପକ୍ଷରୁ ହାବିଲ ମୁଣ୍ଡାଙ୍କୁ ଭିନ୍ନକ୍ଷମ ଭତ୍ତା ପାଉଥିବା ବେଳେ ସ୍କୁଲ ପାଠପଢୁ ଥିବା ବେଳେ ଭିନ୍ନକ୍ଷମ ସାଇକେଲ ଖଣ୍ଡେ ଯୋଗାଇ ଦେଇଥିଲେ ଏବେ ସେ ଭିନ୍ନକ୍ଷମ ସାଇକଲଟି ମଧ୍ୟ ଖରାପ ହୋଇଯାଇଛି। ହାବିଲ ମୁଣ୍ଡା ପିଲାଟିର ଦିନରୁ ପାଠପଢାରେ ଖୁବ ଇଚ୍ଛା ପ୍ରକାଶ କରିଥିଲେ। ମେଟ୍ରିକ ପରୀକ୍ଷା ପାସ ପରେ ଘରର ଅବସ୍ତା ଠିକ ନଥିବାରୁ ସେ ଆଉ ପାଠପଢି ପାରିଲେ ନାହିଁ। ମନ ଅଛି ଅଗକୁ ପାଠ ପଢିବାକୁ ହେଲେ ସେ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ମିଳିବ କି ଭାବି ମେଟ୍ରିକ ପରୀକ୍ଷା ପାସ କରିବା ପରେ ପଞ୍ଚାୟତ ଅଫିସ୍ ଠାରୁ ନେଇ ବିଡିଓ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଅଣାୟତ ହୋଇ ଗଲାଣି ଭିନ୍ନକ୍ଷମ ଯୁବକ ହେଲେ କୌଣସି ସଫଳତା ହାସଲ ହୋଇପାରିଲା ନାହିଁ। ସେ ମଝିରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆସି ଫେରିଯାଇଥିଲେ। ସେ ଜଣେ ଭିନ୍ନକ୍ଷମ ଯୁବକ ଅଧୁଷିତ ଅଞ୍ଛଳରୁ ବଣାଇ ଆସିବା ପାଇଁ ଇଚ୍ଛା ଥିଲେ ମଧ୍ୟ ସେ କାହା  ସାହାଯ୍ୟ ମିଲିଲେ ଆସିପାରିବେ ତେଣୁ ସେ ଅନେକ ଦିନ ଧରି ଗଣମାଧ୍ୟମ ଯୋଗା ଯୋଗ କରିଥିଲେ। ହେଲେ ସେ ଆଜି ପ୍ରଥମେ କିଛି ଗଣମାଧ୍ୟମ କଂ ସହ ଯୋଗାଯୋଗ କରି କହିଲେ ଯେ ମୁଁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ସେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ସେଠୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ କହିଥିଲେ ଯେ ଯୁବକ ହାବିଲ ମୁଣ୍ଡାକୁ ସରକାରୀ ସହାୟତା ଯାହା ମିଳିବ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଲେ ଜଣାଇବି |ସରକାରଙ୍କ ତରଫରୁ ଯାହା ସାହାଯ୍ୟ ମିଳିବ ତାହା କରିପାରିବୁ ବୋଲି ପ୍ରକାଶ କରିଥିଲେ।

  

 

Leave A Reply

Your email address will not be published.