ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକକୁ ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ଥାନୀୟ ଗ୍ରାମ ଉନ୍ନୟନ ବିଭାଗ ଡିଭିଜନ ଅଧୀନରେ ହେବାକୁ ଥିବା ୧୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହି ୧୬ ଗୋଟି ଉନ୍ନୟନ ପ୍ରକଳ୍ପ ପାଇଁ ମୋଟ ୬୧ କୋଟି ୫୮ ଲକ୍ଷ ୬୫ ହଜାର ଟଙ୍କାର ବ୍ୟୟ ଅଟକଳ ରକ୍ଷା ଯାଇଥିବା ଜଣାଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ସଭାପତିତ୍ୱ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହାଇଟେକ ଗ୍ରୁପ ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା , ବିଡ଼ିଓ ସୁଶ୍ରୀ ତପସ୍ୱିନୀ ହାଁସଦା , ବ୍ଲକ ଅଧ୍ୟକ୍ଷା ସୁଖୀ ଶବର , ଥାନା ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଳକୃଷ୍ଣ ମଳିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସାରକା ଏବଂ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ କାର୍ଯ୍ୟ କରୁଛନ୍ତି , ସେ ସମ୍ପର୍କରେ କହିଥିଲେ ।
ଏହି ଉତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଇ. ଉମା ଶଙ୍କର ମଳିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ଶ୍ରୀ ସୁଶୋଭନ ସାହୁ , ଶ୍ରୀ ସୁଧୀର କୁମାର ପାଢୀ ଏବଂ ବିଭାଗୀୟ ଯନ୍ତ୍ରୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।।
ଉପସ୍ଥିତ ଅତିଥିମାନେ ମଧ୍ୟ ସେମାନଙ୍କ ନିଜ ବକ୍ତବ୍ୟରେ ମୁଖ୍ୟତଃ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପଛୁଆବର୍ଗ ଏବଂ ଦଳିତ ଗରିବଙ୍କ ସମେତ ପଛୁଆ ଅଞ୍ଚଳ ପାଇଁ କିଭଳି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି , ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ।
ଅନ୍ୟପକ୍ଷରେ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଯେଉଁସବୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଅନୁଦାନ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ଯୋଗୁଁ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।
ମନ୍ତ୍ରୀଙ୍କ ଦ୍ଵାରା ମୋହନା ବ୍ଲକର ବିଭିନ୍ନ ଅଞ୍ଚଳ ପାଇଁ ୬୧କୋଟି ୫୮ଲକ୍ଷ ୬୫ହଜାର ଟଙ୍କା ପ୍ରକଳ୍ପ ଶିଳାନ୍ୟାସ ହୋଇଥିଲା । ଏହିସବୁ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେଲେ ବହୁ ଦୁର୍ଗମ ଅଞ୍ଚଳକୁ ଯାତାୟାତର ବିଶେଷ ସୁବିଧା ସହ ବହୁ ଗ୍ରାମକୁ ରାସ୍ତା ଖୋଲି ପାରିବ ବୋଲି ଜଣାପଡ଼ିଛି ।
ଏହି ଉତ୍ସବରେ ମୋହନା ବ୍ଲକର ସମସ୍ତ ବିଜେଡି କର୍ମୀଙ୍କ ସମେତ ଜିଲ୍ଲାର ବିଜେଡି ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ରଞ୍ଜୀବ ଶବର , ଶ୍ରୀ ଦଣ୍ଡାସି ସାହୁ , ଶ୍ରୀ ହାଡ଼ିଆ କନ୍ଧ , ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.