ନାରୀ ଜାଗରଣ,ସ୍ବାଧୀନତା ସଂଗ୍ରାମର ଜଣେ ଏକନିଷ୍ଠ ଅହିଂସା ବିପ୍ଳବିନୀ ସରଳାଦେବୀ ଜଣେ ବନ୍ଦନୀୟ ବ୍ୟକ୍ତିତ୍ବ : ଶରତ ମହାନ୍ତି

0

ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ଓ ସରଳାଦେବୀ ସ୍ମୃତି ସଂସଦ ର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା

ରାଉରକେଲା/ବସନ୍ତ ଜେନା ; ସରଳାଦେବୀ ନାରୀ ଜାଗରଣ କ୍ଷେତ୍ରରେ ଏକ ବିସ୍ମୟ। ନାରୀ ଜାଗରଣ,ସ୍ବାଧୀନତା ସଂଗ୍ରାମର ଏକନିଷ୍ଠ ଅହିଂସା ବିପ୍ଳବିନୀ ସରଳାଦେବୀ ଜଣେ ବନ୍ଦନୀୟ ବ୍ୟକ୍ତିତ୍ବ ବୋଲି ” କ୍ରାନ୍ତଦ୍ରଷ୍ଟା ସରଳାଦେବୀ “ଆଲୋଚନାଚକ୍ରରେ ଅତିଥି ଭାବେ ଯୋଗଦେଇ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କର ମୁଖ୍ୟ ଶରତଚନ୍ଦ୍ର ମହାନ୍ତି ମତ ରଖିଥିଲେ। ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ରାଉରକେଲା ଓ ସରଳାଦେବୀ ସ୍ମୃତି ସଂସଦ କଟକ ର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ସେକ୍ଟର ୭ ପ୍ରଗତି ଉତ୍କଳ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ କବି କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ବ ଓ ସଂଯୋଜନା ତଥା ମୀନତି ଦେବତାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଅଧ୍ୟକ୍ଷତା କରିଥିବାବେଳେ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କର ବିଶ୍ବ ଅର୍ଥନୈତିକ ବାଣିଜ୍ୟ ବିପଣନ ମୁଖ୍ୟ ତଥା ନେସନାଲ୍ ୟୁନିଭରସିଟି ସିଙ୍ଗାପୁରର ଡିଜିଟାଲ ଟ୍ରାନ୍ସଫରମେସନର ଅତିରିକ୍ତ ପ୍ରଫେସର ଶରତଚନ୍ଦ୍ର ମହାନ୍ତି ମୁଖ୍ୟଅତିଥି ଓ ସ୍ବତନ୍ତ୍ର ଅତିଥି ଭାବେ ସରଳାଦେବୀ ଓ ଭାଗିରଥି ଟ୍ରଷ୍ଟ ର ମୁଖ୍ୟ ତଥା ସରଳାଦେବୀଙ୍କ ନାତି ଲକ୍ଷ୍ମୀପ୍ରକାଶ ମହାପାତ୍ର ଯୋଗଦେଇଥିଲେ। ଶ୍ରୀ ମହାପାତ୍ର ସରଳାଦେବୀଙ୍କ ଜୀବନୀ, ଆଦର୍ଶ ଓ ତାଙ୍କ ସାରସ୍ବତ ସାଧନା ସଂପର୍କରେ ଆଲୋଚନା କରିବାସହ ବିଂଶ ଶତାବ୍ଦୀର
ଆଦ୍ୟ ପାଦରେ ଅସାଧାରଣ ପ୍ରତିଭା ସଂପନ୍ନ ଓଡିଆ ମହିଳାଙ୍କ ମଧ୍ୟରେ ସରଳାଦେବୀ ଥିଲେ ଅନନ୍ୟ ଓ ସ୍ବତନ୍ତ୍ର ବୋଲି ମତ ରଖିଥିଲେ। ମୁଖ୍ୟ ଆଲୋଚକ ତଥା ଅଧ୍ୟକ୍ଷତା କରୁଥିବା ଶିକ୍ଷାବିତ୍ ଶ୍ରୀ ପତି ଆଲୋଚ୍ୟ ବିଷୟ ‘କ୍ରାନ୍ତଦ୍ରଷ୍ଟା ସରଳାଦେବୀ ‘ ସଂପର୍କରେ ଆଲୋଚନା କରି କହିଲେ ଯେ ଶତଶତ ବର୍ଷବ୍ୟାପୀ ସୁପ୍ତ ନାରୀଜାତିର ଜାଗରଣ ଓ ଉତଥାନ ନିମିତ୍ତ ଜୀବନ ତମାମ ସଂଗ୍ରାମ କରିବାରେ ସେଥିଲେ ତୃପ୍ତ ଅନଳଶିଖା। ସରଳା ଏକ ନାମ ନଥିଲା, ଥିଲା ଏକ ସ୍ବତନ୍ତ୍ର ବିପ୍ଳବ। ସେ ଅବଳା ସରଳ ବାଳିକା ନଥିଲେ, ଥିଲେ ଭାରତୀୟ ନାରୀ ଜାଗରଣର ପ୍ରମୁଖ ନେତ୍ରୀ। ସ୍ବାଧୀନତା ସଂଗ୍ରାମର କର୍ମନିଷ୍ଠ ସୈନିକା, ସମାଜ ଜୀବନର ନିଷ୍ଠାପର ସେବିକା। ସେ ଥିଲେ ନାରୀ ଜାଗରଣର ସଶ୍ରଦ୍ଧ ଉଚ୍ଚାରଣ। ମୁଖ୍ୟଅତିଥି ଶ୍ରୀ ମହାନ୍ତି ସରଳାଦେବୀଙ୍କୁ ନାରୀ ଜାଗରଣ କ୍ଷେତ୍ରରେ ବିସ୍ମୟ ବୋଲି କହିବା ସହ ଜଣେ ଏକନିଷ୍ଠ ବିପ୍ଳବିନୀ ତଥା ବନ୍ଦନୀୟ ବ୍ୟକ୍ତିତ୍ବ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଅଲେଖ ଚନ୍ଦ୍ର ନାୟକ ସରଳାଦେବୀ ଙ୍କ ଉପରେ ବକ୍ତବ୍ଯ ରଖି ତାଙ୍କ ସାହିତ୍ୟ, ରାଜନୀତି, ନାରୀ ଜାଗରଣ ସହ ନିଜସ୍ୱ ସ୍ବାଧୀନ ଚିନ୍ତା ଓ ଚେତନାକୁ ତାଙ୍କ କର୍ମଧାରା ତଥା ସାରସ୍ବତ କଳାକର୍ମ ମାଧ୍ୟମରେ କିପରି ପ୍ରକାଶ କରିଥିଲେ ତାହା ବର୍ଣ୍ଣନା କରି ଥିଲେ। ଏହି ଅବସରରେ ଡଃ ଦେବେନ୍ଦ୍ର ନାଥ ବେହେରା,ପ୍ରଫେସର ଜେ.କେ.ରାଓ,ଡଃ ସୁଚିତ୍ରା ମହାନ୍ତି ଙ୍କୁ ଶିକ୍ଷାନିଧିଶ୍ରୀ ସମ୍ମାନ, ଡଃ ସୁମନ ଦତ୍ତ, ଇଂ କୁମାର ବେହେରା, ପ୍ରେମଚାନ୍ଦ ପାତ୍ର ଙ୍କୁ ସେବାନିଧିଶ୍ରୀ ସମ୍ମାନ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ନରହରି ଦାସ, ସତ୍ୟାନନ୍ଦ ବେହେରା ଙ୍କୁ ସଂଜୟ ସମ୍ମାନ, କବି ଅଭିରାମ ପ୍ରଧାନ ଙ୍କୁ ସାରସ୍ବତ ସାଧକ ସମ୍ମାନ ରୂପେ ଉପଢୌକନ, ପୁଷ୍ପଗୁଛ, ମାନପତ୍ର ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀମତୀ ଦେବତା ଅତିଥିଙ୍କୁ ସ୍ବାଗତ କରିବା ସହ ସମ୍ବର୍ଦ୍ଧିତ କରି ଆଲୋଚନା ଚକ୍ର ସଂପର୍କରେ ମତରଖି ଥିବା ବେଳେ ସଂପାଦିକା ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଂଶୁମାନ ରାଉତ, ହେନାରାଣୀ ବିଶ୍ବାଳ, ଜୋସ୍ନାରାଣୀ ରାଉତ, ଡଃ ଚିନ୍ତାମଣି ସାହୁ, ରାଜୀବ ପାଣି,ନୃସିଂହ ଚରଣ ବିଶ୍ବାଳ,କରୁଣାକର ପାଟ୍ଟଶାଣୀ, ବସନ୍ତ କୁମାର ଦାସ, ସୁଦର୍ଶନ ଜେନା, ବିରଞ୍ଚି ନାରାୟଣ ପଟ୍ଟନାୟକ,ସୁରେନ୍ଦ୍ର ନାଥ ମୁଳିଆ, ନୀନାରାଣୀ ଜେନା, ସୁଲଚନା ରାଉତ, ଚନ୍ଦ୍ରଭାନୁ ରାଉତ, ଅଙ୍କିତ ଅଭିନନ୍ଦନ ରାଉତ,କିରଣବାଳା ମହାନ୍ତି, ସବିତା ନନ୍ଦ, ସୁଶାନ୍ତ କୁମାର ନାୟକ, ବି.ନାୟକ, ଲମ୍ବୋଦର ପ୍ରଧାନ, ମନୋଜ କୁମାର ନନ୍ଦ,ସୁକାନ୍ତ କୁମାର ଦାସ,ଆର୍ତ୍ତତ୍ରାଣ ମହାପାତ୍ର, ଡାକ୍ତର ଦେବେନ୍ଦ୍ର ସେଠୀ, ମନୋଜ ନାୟକ, ଶ୍ରୀ ପଲେଇ, ତନ୍ମୟ ପଣ୍ଡା, ନିରଞ୍ଜନ କରଣ, ରାଧାମୋହନ ନାୟକ, ଦୀପକ ସାହୁ, ହରିହର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଦାମୋଦର ପଣ୍ଡା, ଶାନ୍ତିଲତା ପ୍ରଧାନ, ତନ୍ମୟ ରାଜ ପାଢୀ, ପ୍ରଜ୍ଞା ପରମିତା ପଣ୍ଡା, ସଂପାଦିକା ମହାନ୍ତି, ସୂବାଷ ଗୁପ୍ତା, ବିଜନ ପ୍ରଧାନ, ଭାନୁମତି ପ୍ରଧାନ, ଜଳଧର ପ୍ରଧାନ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, ମନୋଜ ପଟ୍ଟନାୟକ, ବାବୁଲି ପରମାଣିକ,ସଂଜୟ ସାହୁ,ଅନନ୍ତ ପଟ୍ଟନାୟକ, ଇନ୍ଦ୍ର ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.