ଉପକାରାଗାର ୱାଡେନଙ୍କୁ ଠାବ କଲା ପଦ୍ମପୁର ପୋଲିସ ।

0

ପଦ୍ମପୁର,(ଶାସକପ୍ରଶାସକ)- ପଦ୍ମପୁର ସବଜେଲରେ କାର୍ଯ୍ୟରତ ମୁଖ୍ୟ ୱାଡେନ ଯାଦବ ବେହେରା (୫୯) ଗୁରୁବାର ରାତ୍ରିରୁ ନିଖୋଜ୍ ଥିବା ତାଙ୍କ ପୁଅ ଅବନୀକାନ୍ତ ବେହେରା ଥାନାରେ ଅଭିଯୋଗ କରିଛନ୍ତି। ରାତ୍ରି ୯ଟା ପର୍ଯ୍ୟନ୍ତ ଡ୍ୟୁଟି ସାରି ସେ ଆଉ ଘରକୁ ଫେରିନଥିଲେ। ସକାଳୁ ଜେଲ୍‌କୁ ଡ୍ୟୁଟି ପାଇଁ ନଯିବାରୁ ତାଙ୍କ ନିଖୋଜ୍ କଥା ଜଣାପଡ଼ିଥିଲା। ପଦ୍ମପୁର ଥାନାଧିକାରୀଙ୍କ ନେତୃତ୍ବରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନ ଖୋଜିଥିଲେ। ଶେଷରେ କନସିଂହା ପାଖରେ ତାଙ୍କୁ ଠାବ କରାଯାଇଛି । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.