ଖୋର୍ଦ୍ଧା/ରବି ନାରାୟଣ ସାହୁ : ସମର୍ପଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ରେ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରମା କେୟାର ନିକଟରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲେ। ଏଡିଏମଓ(ପିଏଚ) ଡା.ରଘୁନାଥ ନାୟକ, ଡିପିଏଚଓ ପ୍ରଦ୍ୟୁମ୍ନ ମିଶ୍ର, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ଶିକ୍ଷାବିତ କିଶୋର ଚନ୍ଦ୍ର ବରାଳ, ଉଦ୍ୟୋଗପତି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ସମର୍ପଣ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ସାହୁ କହିଲେ ଯେ ଦୁର୍ଘଟଣାଗ୍ରସ୍ତ ଆହତ ଙ୍କୁ ତ୍ବରିତ ପ୍ରାଥମିକ ସେବା, ନିକଟସ୍ଥ ମେଡିକାଲ ପହଞ୍ଚାଇବା କାର୍ଯ୍ୟ କରିବ। ଏହି ସେବା ସମ୍ପର୍ଣ୍ଣ ନିଃଶୁଳ୍କ ରହିବ। ଏହି ସେବା ପାଇଁ ଆମ୍ବୁଲାନ୍ସରେ ଦିଆଯାଇଥିବା ନମ୍ବର 7008092878, 6371086916 ଯୋଗାଯୋଗ କରିପାରିବେ। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବ। ଯେଉଁ ସ୍ଥାନରେ ବଡ ଆମ୍ବୁଲାନ୍ସ ପହଞ୍ଚି ପାରୁନି , ସେହି ସ୍ଥାନରେ ଏହି ଆମ୍ବୁଲାନ୍ସ ପହଞ୍ଚିବ। ଲଳିତ ମୋହନ ମହାପାତ୍ର, ଚନ୍ଦନ ସାହୁ, ପ୍ରଦୀପ ସ୍ବାଇଁ, ସରୋଜ ପାଲଟାସିଂ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post