ନୂତନ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ।

0

ବାସୁଦେବପୁର(ପ୍ରତାପ ପାଢ଼ୀ): ବାସୁଦେବପୁର ରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ରେ ଏକ ଇନ୍ ଡୋର ଷ୍ଟାଡିୟମ୍ ର ଶୁଭ ଭିତ୍ତି  ପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ କର କମଳ ରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।୧୦ କୋଟି ଟଙ୍କାର ଅଟକଳ ରେ ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଉକ୍ତ ଇନ୍ ଡୋର ଷ୍ଟାଡିୟମ୍ ନିର୍ମାଣ ହେବାର କାର୍ଯ୍ୟ କର୍ମ ଅଛି। ଆଜିର ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟ ରେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ସାଂସଦ ଙ୍କ ପ୍ରତିନିଧି ସୁରେଶ୍ ଚନ୍ଦ୍ର ମହାନ୍ତି, ଦିନ ବନ୍ଧୁ ଦାସ,  ଶ୍ୟାମ ସୁନ୍ଦର ମହାନ୍ତି, ମାନସ ରଞ୍ଜନ ସାହୁ, ସମ୍ବିତ ମହାନ୍ତି, କାଳନ୍ଦୀ ସାହୁ, ଅକ୍ଷୟ ମହାନ୍ତି, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯାମିନି କାନ୍ତ ପାଢ଼ୀ, ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.