ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୧୦ମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ -୧ ପରୀକ୍ଷା କୋଭିଡ୍ କଟକଣା ମଧ୍ୟରେ ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ୪ଦିନ ପାଇଁ ଚାଲୁ ରହିବ ।
ଗଜପତି ଜିଲ୍ଲାରେ ମୋଟ ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଏହି ୧୦ମ ଶ୍ରେଣୀର ସମ୍ମେଟିଭ ଆସେସମେଣ୍ଟ -୧ ପରୀକ୍ଷାରେ ଜିଲ୍ଲାରୁ ମୋଟ ୭୮୪୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ପରିଚାଳନା ପାଇଁ ୪ ଗୋଟି ନୋଡାଲ ସେଣ୍ଟର ଖୋଲାଯାଇଛି ।
ପାରଳାଖେମୁଣ୍ଡି ସହରରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଭୃତିରେ ଶାନ୍ତି ଶୃଙ୍ଖଳାର ସହ କୋଭିଡ୍ କଟକଣା ମାନି ଅତି ସାବଧାନତାର ସହ ଖୁସିରେ ପରୀକ୍ଷା ଦେଉଛନ୍ତି ଓ ପରୀକ୍ଷା ମଧ୍ୟ ଭଲ କରିଛନ୍ତି ବୋଲି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି।
ପାରଳାଖେମୁଣ୍ଡି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ନୋଡାଲ ସୁପରିନଟେଣ୍ଡେଣ୍ଟ ଡ଼ଃ ବୃଷକେତୁ ଦାସ କହିଛନ୍ତି , ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ଭାବେ ପରୀକ୍ଷା ଅନୁଷ୍ଠିତ ହୋଇଛି । ନୋଡାଲ ସେଣ୍ଟର ଭାବେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଠିକ୍ ସମୟରେ ଏବଂ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଯୋଗାଇ ଦିଆଯାଉଛି।
ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ଓ କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେବା ସହ ପିଲାଙ୍କୁ ସେନିଟାଇଜ ଓ ଥର୍ମାଲ ଟେଷ୍ଟିଙ୍ଗ କରି ପରୀକ୍ଷା ହଲକୁ ଛଡ଼ାଯାଉଛି । ପରୀକ୍ଷା ହଲରେ ପିଲାମାନେ ମାସ୍କପିନ୍ଧି ସାମାଜିକ ଦୂରତା ବଜାୟ ରଖି ପରୀକ୍ଷା ଦେଉଛନ୍ତି ବୋଲି ଡ଼ଃ ଦାସ କହିଛନ୍ତି।
ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦ୍ୟୁଷ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଜପତି ଜିଲ୍ଲାର ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷାର ସୁପରିଚାଳନା ପାଇଁ ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.