ଜଗତସିଂହପୁର / ଦୁଷ୍ମନ୍ତ ଦାସ : କୋଭିଡ଼ି ଟୀକାକରଣ ରେ ରାଜ୍ୟରେ ଜଗତସିଂହପୁର ଜିଲା ଦ୍ୱିତୀୟ ସ୍ଥାନରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି କୋଭିଡି ଟୀକାଦାନ ଭିତରେ ଭୁତ ବି ସାମିଲ ହୋଇଛନ୍ତି | ମୃତ୍ୟୁପରେ ବି ଭୁତ ଆସି ଟୀକା ନେଇଥିବା ଏବେ ସରକାରୀ ହିସାବରୁ ଜଣାପଡିଛି | ଜଣେ ମୃତକ କୋଭିଡ଼ି ଟିକାର ଦ୍ୱିତୀୟ ଡୋଜ ସଫଳତାର ସହିତ ଟୀକା ନେଇଥିବାର ମେସେଜ ମୋବାଇଲ କୁ ଆସିବା ପରେ ଏହାକୁ ନେଇ ପରିବାର ତଥା ସାଧାରଣରେ ଅଶାର୍ଯ୍ୟ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟଣୀ ଗାଁ ପଂଚାୟତ ଉରାଳି ଗ୍ରାମର 71 ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ସାହୁ ଗତ 20-07-2021 ରେ କରୋନା ଆକ୍ରାନ୍ତରେ ମୃତ୍ୟ ବରଣ କରିଥିବା ବେଳେ 30-12-2021 ରିଖରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଦୋତୀୟ ଡୋଜ ଟୀକା ନେଇଥିବା ନେଇ ତାଙ୍କ ପୁଅ ମୋବାଇଲକୁ ମେସେଜ ଆସିବା ସହିତ ସାଟିଫିକେଟ ମିଳିବା ଭଳି ଏକ ଅଭାବନୀୟ ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।ମୃତ୍ୟ ହେବାର 5 ମାସ ପରେ ମଧ୍ୟ ମୃତ ବ୍ୟକ୍ତି ଜଣକ କରୋନା ଟୀକା ନେଲେ କିପରି ? ଏଭଳି ଘଟଣା ଜିଲା ବାସୀଙ୍କୁ ଚକିତ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଟୀକାକରଣର କଭରେଜ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
Sign in
Sign in
Recover your password.
A password will be e-mailed to you.