ପଦ୍ମପୁର(ଶାସକପ୍ରଶାସକ)-ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡାବିତ ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଉପାନ୍ତ ଅଞ୍ଚଳର ଲୁଚି ରହିଥିବା କ୍ରୀଡାବିତ ମାନେ କିପରି ସେମାନଙ୍କ ପ୍ରତିଭା ଆଗକୁ ଆସିବ ସେଥିପାଇଁ ସରକାର କ୍ରିଡା ବିଭାଗ ଦ୍ବାରା ବିଭିନ୍ନ ଷ୍ଟାଡିୟମ ତଥା ଅନ୍ୟାନ୍ୟ ବ୍ୟବସ୍ଥା କରୁଛନ୍ତି । ପଦ୍ମପୁରରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ବହୁମୁଖୀ ଆବଦ୍ଧ ଖେଳ ପଡ଼ିଆ (ଇଣ୍ଡୋର ଷ୍ଟାଡିୟମ) ର ଭିତ୍ତିପ୍ରସ୍ତର ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରତିନିଧି ଭୋଜରାଜ ସିଂ ବରିହା ଦ୍ଵାରା ସ୍ଥାପିତ ହୋଇଯାଇଛି। ଜିଲା କ୍ରୀଡା ଅଧିକାରୀ ତୁଷାରକାନ୍ତି ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରିତମ ମେହେର, ରାଜବୋରାସମ୍ବର ବ୍ଲକ ବିଜେଡି ସଭାପତି ପରମାନନ୍ଦ ସାହା,ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି, ବିଜେଡି ଟାଉନ ମହିଳା ସଭାନେତ୍ରୀ ମନୋରମା ମହାପାତ୍ର, ଭାରତୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଭିଭିପ୍ରସ୍ତର ସ୍ଥାପିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.