ଭୁବନେଶ୍ୱର,(ଶାସକ ପ୍ରଶାସକ) : ୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଆଗାମୀ ଜାନୁଆରୀ ୨୬ ଉତ୍ସବ ପାଳନ କରାଯିବା ଏହି ଉତ୍ସବରେ ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ ସମାପନ ନିମନ୍ତେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲାା ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ କାର୍ଯ୍ୟସୂଚୀର ଯଥାର୍ଥ କାର୍ଯ୍ୟାନ୍ୱୟନ ସଂପର୍କରେ ନିର୍ଦ୍ଦେଶ ଦେଇଥିଲୋ
ପ୍ରତିବର୍ଷ ପରି ମହାତ୍ମାଗାନ୍ଧୀ ମାର୍ଗରେ ଏହି ଉତ୍ସବ ଅନୁଷ୍ଠିତ ହେବା ଖୁବ୍ ସଂକ୍ଷିପ୍ତ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍ରେ ଅଭିବାଦନ ଗ୍ରହଣ କରିବୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବୋ ସାଧାରଣତନ୍ତ୍ର ଦିବସ ପ୍ରଭାତରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିକ୍ରମା, ରାଜଭବନରୁ ଏଜି ଛକ ଏବଂ ମହାତ୍ମା ଗାନ୍ଧୀ ମାର୍ଗର ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ଜାତୀୟ ପତାକାରେ ସାଜସଜ୍ଜା କରାଯିବା ସାମାଜିକ ଗଣମାଧ୍ୟମ, କମନ୍ଫିଡ଼୍, ଟିଭି ଫଟୋ ଓ ସମ୍ବାଦ ପ୍ରକାଶନ ଏବଂ ଗଣମାଧ୍ୟମକୁ ସମ୍ବାଦ ପ୍ରେରଣ ବ୍ୟବସ୍ଥା କରାଯିବା ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ବିଧାନସଭା ସୌଧ ଆଦି ରାଜ୍ୟସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକରେ ଆଲୋକସଜ୍ଜା କରାଯିବା ମହାନଗର ନିଗମର ପ୍ରମୁଖ ସ୍ଥାନଗୁଡ଼ିକରେ ଭିଡ଼ିଓ ଓ୍ୱାଲ୍ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବା
ଆଜିର ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସମସ୍ତ କାର୍ଯ୍ୟସୂଚୀ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲୋ ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, “ଉତ୍କଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ୍ ମହାନ୍ତି, ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.