ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦେଶବ୍ୟାପି ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠର ଶୁଭାରମ୍ଭ କଲେ ବୈଜୟନ୍ତ

0

ଭୁବନେଶ୍ବର / ନୂଆଦିଲ୍ଲୀ- ଗତ କାଲି ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ବ୍ୟାପକ ତ୍ରୂଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରସଙ୍ଗରେ ତାଙ୍କର ଦୀର୍ଘାୟୁ କାମନା କରି ଆଜି ବିଜେପି ତରଫରୁ ଦେଶବ୍ୟାପି ବିଭିନ୍ନ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠର ଆୟୋଜନ କରାଯାଇଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦିଲ୍ଲୀସ୍ଥିତ ଝଣ୍ଡେୱଲନ୍ ଦେବୀଙ୍କ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ସହ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କରିଛନ୍ତି ।

ଆଜି ସନ୍ଧ୍ୟାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ୯୫୦ ଜିଲ୍ଲାରେ ମହମବତୀ ରାଲିର ଆୟୋଜନ ମଧ୍ୟ କରାଯାଇଛି। ଯେଉଁଥିରେକି ଦଳର ବିଭିନ୍ନ ବରିଷ୍ଠ ନେତା ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପଞ୍ଜାବ ଗସ୍ତରୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିବେ।

Leave A Reply

Your email address will not be published.