ଜଗତସିଂହପୁର (ସୁମନ୍ତ ଦାସ) : ସିପିଆଇ ଏରସମା-ବାଲିତୁଠ ମିଳିତ ଜୋନାଲ କମିଟି ବୈଠକ ଜଗତସିଂହପୁର ଜିଲ୍ଲା ଏରସମାଠାରେ ବଇଁଶୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜାତୀୟ ପରିଷଦ ସଭ୍ୟ ସାଥି ଅଭୟ ସାହୁ, ଜିଲ୍ଲା ସମ୍ପାଦକ ସାଥି ଅଭିଜିତ ସାହୁ ଓ କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ଜିଲ୍ଲା ସହ ସମ୍ପାଦକ ପିତାମ୍ବର ଦାସ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକରେ ଏରସମା ଜୋନାଲ କମିଟି ସମ୍ପାଦକ ସର୍ବେଶ୍ୱର ବେଉରା, ସହ -ସମ୍ପାଦକ ଦାମୋଦର ବେହେରା, ଶିବ ଚରଣ ବେହେରା ଓ ବାଲିତୁଠ ଜୋନ ସମ୍ପାଦକ ସାଥି ରାମ ଚନ୍ଦ୍ର ମୁଦୁଲି, ସହ ସମ୍ପାଦକ ସାଥି ବାସୁଦେବ ଖଣ୍ଡୁଆଳ ଓ ସାଥି ଶୁକଦେବ ଦାସ ପ୍ରମୁଖ ଆଲୋଚନା କରିବା ସହିତ ଏରସମା ବ୍ଲକର ସମସ୍ତ ଜିଲ୍ଲାପରିଷଦ ଜୋନରେ ପାର୍ଟି ପ୍ରାର୍ଥୀ ଦେବା ପାଇଁ ସ୍ଥିର ହୋଇଥିଲା l 1ନମ୍ବର ଜୋନରେ ଦେବାଶିଷ ପରିଜା, 2ନମ୍ବର ଜୋନରେ ଵାପିନା ମାରାଣ୍ଡି, 3 ନମ୍ବର ଜୋନରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ଓ 4 ନମ୍ବର ଜୋନରେ ପୋସ୍କୋ ଓ ଜିନ୍ଦଲ ବିରୋଧୀ ସଂଗ୍ରାମର ନେତା ବାସୁଦେବ ଖଣ୍ଡୁଆଳ ପ୍ରତିନ୍ଦ୍ଵନ୍ଦିତା କରିବେ ବୋଲି ସର୍ବସମ୍ମତ ଭାବେ ସ୍ଥିର ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପରିଜା, ସାଥି ପ୍ରଫୁଲ୍ଲ ଦାସ, ହୃଷିକେଶ ବିଶ୍ୱାଳ, ପ୍ରଭାତ ଦାସ, ରବୀନ୍ଦ୍ର ପାଇଟାଳ, ସାଥି ଲଷ୍ମୀଧର ମହାପାତ୍ର, ବାସୁଦେବ ଖଣ୍ଡୁଆଳ, ସାଥି ବସନ୍ତ ଦାସ, ସାଥି ମାଗୁଚରଣ ସ୍ୱାଇଁ, ସର୍ବେଶ୍ୱର ସାହୁ, ସାଥି ହରେକୃଷ୍ଣ ମଣ୍ଡଳ, ନଟବର ବାରିକ, ସାଥି ଶରତ ମଳିକ, ସୁରେନ୍ଦ୍ର ସ୍ୱାଇଁ, ଦେବଦତ୍ତ ଦାସ, କାହ୍ନୁ ଚରଣ ସ୍ୱାଇଁ, ନାରାୟଣ ନାୟକ, ପ୍ରଭଞ୍ଜନ ରାଉତ, ବିଜୟ ବେହେରା, ମହେଶ୍ୱର ମହାପାତ୍ର, ରତ୍ନାକର ନାୟକ, ଅମରେନ୍ଦ୍ର ଦାସ, ସାଥି ଭଗତ ମଳିକ, କ୍ଷୀରୋଦ ବିଶ୍ୱାଳ, ରାଜେନ୍ଦ୍ର ସ୍ୱାଇଁ, ବାବୁନି ସାମଲ, ସାଥି ଛବି ଖଟୁଆ, ମୁରଲୀଧର ସ୍ୱାଇଁ, କୈଳାଶ ଦାସ, ମହେନ୍ଦ୍ର ଜେନା, ସାଥି ନରହରି ଜେନା, ଅଶୋକ ମଳିକ, ଉତ୍ତମ ହାତୀ, ଭୋବନି ବାରିକ ପ୍ରମୁଖ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.