କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0

31-07-18-jajjpur.jpg - 60.48 kB

ଯାଜପୁର (ବ୍ୟୁରୋ ଚିଫ୍, ଜୟଶଙ୍କର ଦାଶ): ଜୁଡିସିଆଲ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପବନୀ ଚରଣ ସାମଲ ମଙ୍ଗଳବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଆୟୋଜିତ ଅବସରକାଳୀନ ସମ୍ୱର୍ଦ୍ଧନାରେ ସଂସ୍ଥା ବିଭାଗର ଡେପୁଟୀ କଲେକ୍ଟର ମଞ୍ଜୁଲତା ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଶ୍ରୀ ସାମଲ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠ କର୍ମଚାରୀ କହିବା ସହ ତାଙ୍କର ଅବସରଜୀବନ ସୁଖମୟ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, କାର୍ଯ୍ୟାଳୟ ଭାରପ୍ରାପ୍ତ ଅଧୀକ୍ଷକ ନକୁଳ ଚରଣ ମଲ୍ଲିକ, ସଂସ୍ଥା ବିଭାଗର ମୁଖ୍ୟ କିରାଣି ଅଜୟ କୁମାର ସାହୁ, ଜୁଡିସିଆଲ ବିଭାଗର ବରିଷ୍ଠ କିରାଣି ଅଶ୍ୱିନୀ ନନ୍ଦ, ରମେଶ ବୋଇତାଇ ପ୍ରମୁଖ ଶ୍ରୀ ସାମଲଙ୍କ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ସାମଲ ତାଙ୍କ ଚାକିରି ଜୀବନର ବିବିଧ ଘଟଣା ବର୍ଣ୍ଣନା କରିବା ସହ ସମସ୍ତଙ୍କ ସହଯୋଗ ତାଙ୍କୁ ଚାକିରି ଜୀବନରେ ଖୁସି ଦେଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚେତନା ସେଠୀ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀଙ୍କ ସମେତ  ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.