ମାନବିକତାର ପରିଚୟ : ନିରାଶ୍ରୟା ବୃଦ୍ଧାଙ୍କ ଶବ ସତ୍କାର କଲେ ଉତ୍ସାହୀ ଯୁବକ ।

0

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଢଙ୍ଗୀ: ପବିତ୍ର ଇଂରାଜୀ ନବବର୍ଷରେ ନିଶ୍ଚିନ୍ତକୋଇଲି ଅଂଚଳର ଉତ୍ସାହୀ ଯୁବକ ଓ ସାମାଜିକ କର୍ମୀମାନେ ମାନବିକତାର ପରିଚୟ ଦେଇଛନ୍ତି । ଜଣେ ନିରାଶ୍ରୟା ବୃଦ୍ଧାଙ୍କ ଶବକୁ କାନ୍ଧରେ ବୋହି ନେଇ ସ୍ଥାନୀୟ ସ୍ଥାନୀୟ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ ଶଯ୍ୟାରେ ଅନ୍ତିମ ସଂସ୍କାର କରିଥିଲେ । ଯୁବକ ଓ ସାମାଜିକ କର୍ମୀମାନଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଭୁରୀ ଭୁରୀ ପ୍ରଶଂସା କରାଯାଇଛି । ଦୀର୍ଘ ବର୍ଷ ହେଲା ଛାୟା ଦେଇ ନାମକ ଜଣେ ରାଜ୍ୟ ବାହାରର ଅସହାୟା ମହିଳା ନିଶ୍ଚିନ୍ତକୋଇଲି ଅଂଚଳକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଥିଲେ । ସମ୍ପୃକ୍ତା ମହିଳା ଜଣକ ଭିକ୍ଷାବୃତିକରି ନିଜର ଜୀବିକା ନିର୍ବାହ କରିଆସୁଥିଲେ । ବଳକା ଅର୍ଥରେ ସ୍ଥାନୀୟ ଶନିଶ୍ଚର ମନ୍ଦିର ଓ ମାଆ ବେଲେଶ୍ୱରୀ ମନ୍ଦିରର ଉନ୍ନତି କଳ୍ପେ ଦାନ କରିଆସୁଥିଲେ । ତେବେ ତାଙ୍କର ଆର୍ଥୀକ ଅନୁଦାନରେ ଏହି ମନ୍ଦିର ଦ୍ୱୟର ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିଲା । ବାର୍ଦ୍ଧକ୍ୟରେ ଉପନୀତ ହେବାଯୋଗୁ ଛାୟା ଭିକ୍ଷାବୃତି କରିବାକୁ ଯାଇ ପାରୁନଥିଲେ । ତେବେ ନିଶ୍ଚିନ୍ତକୋଇଲି ସରପଂଚ ରବିନ୍ଦ୍ରନାଥ ସେଠୀ ଓ ସ୍ଥାନୀୟ ଗ୍ରାମର ଉତ୍ସାହୀ ଯୁବକମାନେ ତାଙ୍କର ରକ୍ଷଣା ବେକ୍ଷଣ ଓ ଖାଦ୍ୟପେୟର ବ୍ୟବସ୍ଥା କରିଆସୁଥିଲେ । ଏପରିକି ସରପଂଚ ଶ୍ରୀ ସେଠୀ ଗ୍ରାମପଂଚାୟତର ଏକ ଗୃହରେ ତାଙ୍କୁ ଆଶ୍ରୟଦେଇ ସମସ୍ତ ସହାୟତା ଦେଇଆସୁଥିଲେ । ତେବେ ପବିତ୍ର ଇଂରାଜୀ ନବବର୍ଷରେ ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିଲା । ନିଶ୍ଚିନ୍ତକୋଇଲି ଅଂଚଳରେ ତାଙ୍କର କୌଣସି ଆତ୍ମୀୟ ସ୍ୱଜନ ନଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର ନହୋଇ ପଡିରହିଥିଲା ।ତେବେ ସ୍ଥାନୀୟ ସାମାଜିକ କର୍ମୀ ତଥା ପରିବାର ସମ୍ପାଦକ ପ୍ରମୋଦ କୁମାର ନାୟକ, ସାମାଜିକ କର୍ମୀ,ଶୁଭାଶିଷ ବସନ୍ତରାୟ,ବାପୁ ଦାସ, ସନ୍ତୋଷ ମହାପାତ୍ର,ସୁଧାଂଶୁ ଶେଖର ଭୂୟା, ସୁଲଭ ଚରଣ ପଲେଇ, ମକର ପରିଡା,ସତ୍ୟଜିତ ମହାପାତ୍ର, ନବୀନ୍ଦ୍ର ବେହେରା, ବଳରାମ ପତି ,ହେମନ୍ତ ରାଉତ ଓ ସବ୍ୟସାଚୀ ରଥ ପ୍ରମୁଖ ଅର୍ଥ ଆଦାୟ କରି ବୃଦ୍ଧାଙ୍କ ଶବକୁ ଏକ ଶୋଭାଯାତ୍ରାରେ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ ଶଯ୍ୟାକୁ ନେଇଥିଲେ । ହରିନାମ ସତ୍ୟ ହେ , ରାମନାମ ସତ୍ୟ ହେ ଧ୍ୱନୀ ରେ ବୃଦ୍ଧାଙ୍କ ଶବକୁ ଅନ୍ତିମ ସଂସ୍କାର କରିଥିଲେ । ତେବେ ବୃଦ୍ଧାଙ୍କ ସମସ୍ତ ଶୁଦ୍ଧିର୍କ୍ରିୟା ସମ୍ପର୍ଣ୍ଣ କରାଯିବ ବୋଲି ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଂଚର ସଭାପତି ମାନୋଜ ମଲିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.