ନବବର୍ଷରେ ଜଗଦା ସାଂସ୍କୃତିକ ପରିଷଦ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହିତ କ୍ୟାଲେଣ୍ଡର୍ ଉନ୍ମୋଚନ

0

ରାଉରକେଲା (ବସନ୍ତ ଜେନା) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଗଦା ସାଂସ୍କୃତିକ ପରିଷଦର ନବବର୍ଷରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କ୍ୟାଲେଣ୍ଡର୍ ଉନ୍ମୋଚନ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି। ଜଗଦା ବାଟମଙ୍ଗଳା ଶକ୍ତି ପୀଠ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ସଂଜୀବ କୁମାର ମହାନ୍ତି ଙ୍କ ଆବାହକତ୍ବ ଓ ମଂଚ ସଂଯୋଜନା ରେ ପ୍ରଥମେ ସେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଡାକ୍ତର ୟୁ.ସି.ଜେନା ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ଡାକ୍ତର ବିମ୍ବାଧର ଶତପଥୀ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ବେହେରା, ଡଃ ସୁମନ ଦତ୍ତ, ବରିଷ୍ଠ ସାମ୍ବାଦିକ ଜଟାଧାରି ମାଝୀ, ମନୋଜ ସାମଲ, କୁଞ୍ଜବିହାରୀ ରାଉତ, ସଂଗୀତା ଜେନା, ଅଶୋକ କକ୍କଡ, ହରପ୍ରିୟା ପଟ୍ଟନାୟକ, ରମାକାନ୍ତ ମଲ୍ଲିକ,ପିତାମ୍ବର ନାୟକ, ଲିଲି ଆଇନ୍ଦ,ତ୍ରିଲୋଚନ ପରିଡା, କେ.ସି.ବାରିକ, କାଶୀନାଥ ପଣ୍ଡା, କୀର୍ତ୍ତି ଲତା ନନ୍ଦ, ହୃଷିକେଶ ନାୟକ, ପ୍ରଦୀପ କୁମାର ପଣ୍ଡା, ଲକ୍ଷ୍ମୀଧର ନାୟକ, କେ.ସି.ତ୍ରିପାଠୀ, ବସୁମତୀ ମହାନ୍ତି, ଧୀରେନ ମୁଖାର୍ଜୀ, ଧର୍ମାନନ୍ଦ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ଗଣ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସାଂପ୍ରତିକ ସ୍ଥିତିରେ ଓମିକ୍ରନ ଓ ନିରାକରଣ ସଂପର୍କରେ ଆଲୋଚନା କରିଥିଲେ । ଡା.ଜେନା କହିଲେ ଯେ କରୋନା ଆମକୁ ଅନେକ ଶିକ୍ଷା ଦେଇଛି। ବଡଶିକ୍ଷା ହେଲା ସମସ୍ତେ ସବୁପ୍ରକାର କାମ କରିପାରିବେ। ସେ କରୋନା ବା ଓମିକ୍ରନ,ଯାହାବି ହେଉ ସବୁଥିରେ ସଚେତନତାର ଆବଶ୍ୟକତା ରହିଛି। ଏହି ଅବସରରେ ଅତିଥିଗଣ ପରିଷଦର କ୍ୟାଲେଣ୍ଡର୍ କୁ ଉନ୍ମୋଚନ କରିଥିଲେ। ମୁଖ୍ୟଅତିଥି ଅତିଥିଗଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କରୁଣାକର ସାହୁ ନୂତନ ବର୍ଷ ଉପଲକ୍ଷେ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପରଭେଜ ଅରୋରା,ବସନ୍ତ ବାରିକ,ବାବୁଲା ଭୋଳ ଓ ଅନ୍ୟମାନେ ସହଯୋଗ କରିଥିବା ବେଳେ ସଂପାଦକ ପ୍ରଭାତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.