ସାନ ଘୋଡାଘାଟି ଗାଁ ରେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ।

0

ପ୍ରଥମ ଦିନରେ ବାଜି ମାରି ନେଲା ପାଟବନ୍ଧ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସାନ ଘୋଡାଘାଟି ଗାଁର ଯୁବକ ସଙ୍ଘ ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ରେ ପାଟବନ୍ଧ ବିଜୟୀ ହୋଇଛି । ବିଧାୟକ ପ୍ରତିନିଧି (ଟିଟି) ବୃନ୍ଦାବନ ପାଢ଼ୀ,ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ସମିତି ସଭ୍ୟ ହେମଗିରି ଆମରାପୁ, ଯୁବ ନେତା ବିଜୁ ଜନତା ଦଳ ସଂଜୟ ନିଶିକା, ଉପସ୍ଥିତ ରହି ଉଦଘାଟନ କରିଥିଲେ ।ଏଥିରେ ମୋଟ ୩୨ଟି ଦଳ ରହିଛି।ପ୍ରତ୍ୟେକ ଦିନ ଦୁଇଟି ଦଳ ଲେଖାଏଁ ଖେଳ କରାଯିବ ।ଗୋଟିଏ ଦଳ ଯୋଗଦାନ ପାଇଁ ୫୦୦ ଟଙ୍କା ଦେବାକୁ ପଡୁଛି ।ଫାଇନାଲ ଖେଳରେ ବିଜୟୀ ଦଳକୁ (୧୦୦୦୦ )ଦଶ ହଜାରଟଙ୍କା ସହ ଟ୍ରଫି, ପରାଜୟ ଦଳକୁ(୭୦୦୦)ସାତ ହଜାର ଟଙ୍କା ସହ ଟ୍ରଫି ,ଭଲ ହିଟର ପାଇଁ ୨୦୦ଟଙ୍କା ଟ୍ରଫି ଓ ଭଲ ନେଟର ପାଇଁ ୧୫୦ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ତରଫରୁ କହିଛନ୍ତି ।ଆଜି ଉଦଘାଟନ ଉତ୍ସବରେ ହଜାରିଡାଙ୍ଗ ଓ ପାଟବନ୍ଧ ମଧ୍ୟରେ ପ୍ରତି ଦ୍ବନ୍ଦିତା ହୋଇଥିଲା ।ଏଥିରେ ପାଟବନ୍ଧ ୩୮ପଏଣ୍ଟ ଓ ହଜାରିଡାଙ୍ଗ ୨୦ ପଏଣ୍ଟ କରିଥିବା ବେଳେ ପାଟବନ୍ଧ ୧୮ ପଏଣ୍ଟ ଅଧିକ କରି ବିଜୟ ହୋଇଛି । ମ୍ୟାଚ ରେଫରି ଭାବେ ଜୟରାମ କୁଲିସିକା ରହିଥିଲେ ।ସ୍ଥାନୀୟ ଯୁବକ ସଂଘ ସଭାପତି ସଞ୍ଜୟ ହୁଈକା ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.