କ୍ରିଷ୍ଣା କପ୍ କ୍ରିକେଟ୍ ଉଦଯାପିତ: ବାଟତେର୍ମା ଚାମ୍ପିୟନ

0

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାଟତେର୍ମା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୯ ଉଇକେଟରେ ୧୫୫ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଉପରବାହାଲ ଦଳ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଗନ୍ନାଥ ସେଠ ଏବଂ ସମ୍ମାନିତ ଅତିଥି ରୂପେ ସୁଦାମ ସାହୁ, କିଶୋର ପାତ୍ର ଓ ସୁରେନ୍ଦ୍ର ରଣା ଯୋଗଦେଇ ବିଜେତା ଦଳକୁ ୧୫୦୦୦ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୮୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ବାଟତେର୍ମା ଦଳର ମୁକେଶ ମେନ ଅଫ ଦି ମେଚ ଓ ମେନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଏବର୍ଷ ଟୁର୍ଣ୍ଣାମେଣ୍ଟର ୨୦ ବର୍ଷ ପୂର୍ତ୍ତି ଅବସରରେ ବିଶ୍ଵାମିତ୍ର ସାହୁ, ମନୋଜ ବାଗ, ପ୍ରମୋଦ ସାହୁ, ଦିବ୍ୟକିଶୋର ବରିହା ପଦ୍ମଲୋଚନ ବେହେରା ଓ ନରେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଗଲା। ଆଜିର ମ୍ୟାଚରେ ଦିଲୀପ ଭୋଇ ଓ ସନମ ସାହୁ ଅମ୍ପାୟାରିଂ ଏବଂ ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ।

ଦେବାଶିଷ ଚକ୍ରବର୍ତ୍ତୀ, ରିଙ୍କୁ ସାହୁ, ଆନନ୍ଦ ବିଶ୍ବାଳ ଓ ଦେବାଶିଷ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ। ନିଲାମ୍ବର, ଜଗନ, ଆଶିଷ, ଶିଶିର, ବିଜୁ, ଖଗେଶ୍ବର, ମାଧବ, ସୁନୀଲ, ରବିନ୍ଦ୍ର, ସାନୁ, ନିଶିଥ, ଅନ୍ତର୍ଯ୍ୟାମୀ, ଉମେଶ, ହନୁ, ସ୍ବୟଂ, ଛୋଟୁ, ଆକାଶ, ବାଦଲ, ଅରବିନ୍ଦ, ସଚିନ, ନିଖିଲ ଆଦି ବିଶେଷ ସହଯୋଗ କରିଥିଲେ। ଶେଷରେ ଭୂମିରାଜ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.