ଭୁବନେଶ୍ୱର,(ଶାସକ ପ୍ରଶାସକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛିା ଜାନୁଆରୀ ୨ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି “ବଣ୍ଡା’ ଜନଜାତି ସଂପ୍ରଦାୟଙ୍କ ବୟନ ପ୍ରଣାଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆରଟିଆଇ ଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା
ବଣ୍ଡା ଜନଜାତି ମହିଳାମାନେ ସେମାନଙ୍କ ଅନନ୍ୟ ସାଜସଜ୍ଜା ଓ ଲଣ୍ଡିତ ମସ୍ତକ ପାଇଁ ବେଶ୍ ଜଣାଶୁଣାା ଏକ ଛୋଟ ବହୁରଙ୍ଗ ଥିବା ସ୍କାର୍ଟ ବଣ୍ଡା ମହିଳାମାନଙ୍କ ପୋଷାକ ଅଟୋ ଏହି ସ୍କାର୍ଟକୁ “ରିଙ୍ଗା’ କୁହାଯାଏ | ଏହା ପାରମ୍ପରିକ ଭାବେ କେରଙ୍ଗ ତନ୍ତୁ ବ୍ୟବହାର କରାଯାଇ ବୁଣାଯାଏା ସେମାନଙ୍କ ଲୁଗାବୁଣା ତନ୍ତ କାଠରେ ତିଆରି ହୋଇଥାଏା ସେହି ତନ୍ତ ଦ୍ୱାରା ସୂତା ପ୍ରସ୍ତୁତ କରାଯାଏା ଏହା ଏକ ସରଳ ଯନ୍ତ୍ର ହୋଇଥିବାରୁ ତାହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ସହଜରେ ନିଆଯାଇପାରୋ ପୂର୍ବରୁ ବଣ୍ଡା ମହିଳାମାନେ ଜଙ୍ଗଲରୁ କେରଙ୍ଗ ଶାଖା ସଂଗ୍ରହ କରୁଥିଲୋ ଏହାକୁ ପ୍ରକ୍ରିୟାକରଣ କରି ତନ୍ତୁ ପ୍ରସ୍ତୁତ କରୁଥିଲୋ ତନ୍ତୁ ବା ସୂତାକୁ ଜୈବିକ ରଙ୍ଗରେ ରଙ୍ଗୀନ କରୁଥିଲୋ ସଂପ୍ରତି ଏହି ପାରମ୍ପରିକ ବସ୍ତ୍ର ନିମନ୍ତେ ରଙ୍ଗୀନ ସୂତା ବ୍ୟବହାର କରାଯାଉଛିା ବଣ୍ଡା ଜନଜାତି ମହିଳାମାନେ ପରିଧାନ କରୁଥିବା “ରିଙ୍ଗା’କୁ ତିଆରି କରିବା ନିମନ୍ତେ ଦୁଇରୁ ତିନିଦିନ ଲାଗୁଥିବାବେଳେ ପୁରୁଷମାନଙ୍କ ଲୁଗା ପ୍ରସ୍ତୁତ କରିବାକୁ ଗୋଟିଏ ଦିନ ଲାଗିଥାଏା
Sign in
Sign in
Recover your password.
A password will be e-mailed to you.