ଟେକ୍ସ ଆମେ ବି ଦଉଛୁଁ : କୋସଲି/ସମ୍ବଲପୁରିର ହକ ପାଇଁ ସତ୍ୟାଗ୍ରହ

0

ଟେକ୍ସ ଆମେ ବି ଦଉଛୁଁ : କୋସଲି/ସମ୍ବଲପୁରିର ହକ ପାଇଁ ସତ୍ୟାଗ୍ରହ 

ପଦ୍ମପୁରରୁ ନୀଳ ଦୀପ : ବୁରୋମୁଣ୍ଡା ଠାରେ କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏଥିରେ କମିଟୀ ତରଫରୁ ସାକେତ ଶ୍ରୀଭୁଷଣ ସାହୁ ସତ୍ୟାଗ୍ରହରେ ବସିଥିବାବେଲେ ତାଙ୍କୁ  ସମର୍ଥନ ଦେବା ପାଇଁ ରାଜକୁମାର ସାହୁଂକ ନାଟ୍ୟ ଦଳ, ନୃତ୍ୟଶୀଲ୍ପୀ ଆଭାରାଣି ସାହୁ, ବର୍ଷାରାଣି ସାହୁ, ରିମା ସାହୁ, କବି ମାନଂକ ମଧ୍ୟରୁ ରାଜେନ୍ଦ୍ର ମହାନ୍ତି, କୈଲାସ କୁମ୍ଭାର, ପରମେଶ ବିଶି, ଦେବାଶିଶ ମେହେର, ଶେଷଦେବ ମେହେର, ଦିଲିପ ସରାପ, ବଲ୍ଲଭ ସାହୁ, ବୈରାଗି ସାହୁ, ଯଦୁମଣି ସାହୁ, ଇଶ୍ୱର ସାହୁ, ଭଗବାନ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ସତ୍ୟାଗ୍ରହୀ ସାକେତ ତାଂକ ବକ୍ତବ୍ୟରେ ମୋଟାମୋଟି ଭାବେ କହିଲେ ପଶ୍ଚିମ ଓଡିଶାର ଲୋକ ମଧ୍ୟ ସେତେ ଟେକ୍ସ ଦିଅନ୍ତି ଯେତିକି ପୂର୍ବ ଓଡିଶା ଲୋକ । ମାତ୍ର କେବଳ ପୂର୍ବ ଓଡିଶାର ଭାଷାସଂସ୍କୃତିକୁ ସରକାରୀ ପୃଷ୍ଠାପୋଷକତା ମିଲୁଥିବାବେଲେ ପଶ୍ଚିମ ଓଡିଶାର ସଂସ୍କୃତି ଓ ଭାଷାକୁ ଅଣଦେଖା କରାହେଉଛି । ସଭା ଶେଷରେ ଗଜପତି ସାହୁ ଧନ୍ୟବାଦ ଦେଇଥିଲେ ।

 

 

 

Leave A Reply

Your email address will not be published.