ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ସନ୍ଧ୍ୟା ପ୍ରାୟ ୭.୦୦ ଘଣ୍ଟା ବେଳେ ପାରଳାଖେମୁଣ୍ଡି ସ୍ଥିତ ରାମନଗର ଛକରେ ଗୋଟିଏ କାର ଜଣେ ପଦଯାତ୍ରୀ ଙ୍କୁ ଦୁର୍ଘଟଣା ଘଟାଇବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ଲୋକେ ତାଙ୍କୁ ମେଡିକାଲ୍ ସ୍ଥାନାନ୍ତର କରିବା ବଦଳରେ ଫୋଟୋ ଉଠାଉ ଥାନ୍ତି। ଏହିପରି ସମୟରେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଗୋଟିଏ ଜରୁରୀ ମିଟିଂ ପାଇଁ ସେହି ବାଟ ଦେଇ ଯାଉଥିବା ବେଳେ ଆହତ ଲୋକଟିକୁ ଦେଖି ସେଠାରେ ଅଟକି, ନିଜ ଗାଡିରେ ଆହତଙ୍କୁ ମେଡିକାଲ୍ ପଠାଇବା ବ୍ୟବସ୍ଥା କରି ନିଜେ ଗୋଟିଏ ସ୍କୁଟି ରେ ମିଟିଂ ଯାଇଥିବା ହେତୁ ଜନସାଧାରଣ ଏପରି ମାନବିକତା ପ୍ରଦର୍ଶନ ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.