ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ପାଳନ ଅବସରରେ ୨୬ ଡିସେମ୍ବର ୨୦୨୧ ରବିବାର ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ତଥା କବି ପ୍ରେମାନନ୍ଦ ବେହେରାଙ୍କ କବିତା ସଂକଳନ “ହେ ମହାବାହୁ” ଉନ୍ମୋଚିତ ହୋଇଯାଇଛି ।
ଏହି କବିତା ପୁସ୍ତକରେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ୬୪ଗୋଟି କବିତା ରହିଅଛି । ଶ୍ରୀଜଗନ୍ନାଥଙ୍କୁ ଏହି କବିତା ପୁସ୍ତକ ସମର୍ପିତ । କବି ଏହି କବିତା ପୁସ୍ତକ ନିଜ ସ୍ଵର୍ଗତଃ ବାପା ଦେବେନ୍ଦ୍ର ବେହେରାଙ୍କୁ ଉତ୍ସର୍ଗ କରିଥିବାବେଳେ, ପ୍ରେରଣା ପାଇଁ ନିଜ ପତ୍ନୀ ଶ୍ରୀମତୀ ପ୍ରମିଳା ବେହେରାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ଉନ୍ମୋଚନ ଉତ୍ସବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ, ଜ୍ଞାନଦୀପ ଅନୁଷ୍ଠାନ, ବ୍ରହ୍ମପୁରର ନିର୍ଦ୍ଦେଶକ ଡ଼ଃ. ଅଭିମନ୍ୟୁ ଜେନା, ବରଗଡ଼ର ସୁସାହିତ୍ୟିକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା, ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଦଳେଇ, ରାମଲେଙ୍କା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଳେଇ, ବ୍ରହ୍ମପୁରର ସୁସାହିତ୍ୟିକା ଶ୍ରୀମତୀ ଜୟନ୍ତୀ ବେହେରା, ଭୁବନେଶ୍ୱରର ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପଣ୍ଡା, ସଭାପତି ଶ୍ରୀଯୁକ୍ତ ଵିଷ୍ଣୁପ୍ରସାଦ ଦଳେଇ, ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ, ସହ-ସମ୍ପାଦକ ରାଜକିଶୋର ନାୟକ ଏବଂ ସଂଯୋଜକ ଶ୍ରୀଯୁକ୍ତ ବିଦ୍ୟାଧର ଦଳବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କବିତା ପୁସ୍ତକ ପ୍ରକାଶନରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁଙ୍କୁ ଶ୍ରୀ ବେହେରା ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.