ସୂଚନା ଅଧିକାର ଆଇନ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର :ଜିଲ୍ଲା ସୂଚନା ଅଧିକାର ଆଇନ ଫୋରମ୍ ପକ୍ଷରୁ ଏକ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ଫୋରମ୍ ର ଜିଲ୍ଲା ଆବାହକ ଇଂ ହୀରାଧର ସାହୁଙ୍କ ଆହ୍ବାନ କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମାଜସେବୀ ମାନେ ଯୋଗ ଦେଇଥିଲେ । ଏଥିରେ ଇଂ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶ୍ରୀ କୁମୁଦ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ ।
ସୂଚନା ଅଧିକାର ଆଇନ -2005 ଏକ ପ୍ରଭାବଶାଳୀ ଆଇନ। ଭାରତ ସରକାରଙ୍କ ଦ୍ଵାରା ପ୍ରଣିତ ଓ ରାଜ୍ୟ ସରକାରଙ୍କ ଦ୍ବାରା ଅଧିନିୟମ ପ୍ରସ୍ତୁତ ପରେ ଏହା ମୁଖ୍ୟତଃ ଗ୍ରାମୀଣ ଅବହେଳିତ ଓ ନିଷ୍ପେସିତ ଜନସାଧାରଣଙ୍କ ରକ୍ଷାକବଚ ହୋଇ ପାରିଛି। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁ ଆବାସ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିଭଳି ଗ୍ରାମାଞ୍ଚଳରେ ରାସ୍ତା, ପାନୀୟଜଳ, ଶିକ୍ଷା ଇତ୍ୟାଦି ର ଉନ୍ନତି ଆଣିବା ଲକ୍ଷ୍ୟରେ ଏହାର ସଫଳ ପରିଚାଳନା କରାଯାଇପାରିବ ବୋଲି ମତ ପ୍ରକାଶ ଏଥିରେ ଡୋଳାକର ଭୋଇ, ବିଜୟ କୁମାର ପ୍ରଧାନ, ହୀରାଲାଲ ବେହେରା, ଦ୍ରୌପଦୀ ରଣା, ମନୋଜ ଦଣ୍ଡିଆ, ଜଗନ୍ନାଥ ପେଣ୍ଠେଇ, ବିକାଶ ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.