କ୍ରିଷ୍ଣା କପ୍ କ୍ରିକେଟ୍: ସେମିରେ ଖଲାବାହାଲ

0

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ କଁଟାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଖଲାବାହାଲ ଦଳ ଘୁଙ୍ଗି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଖଲାବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ରେ ୯୧ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ବୁଡେନ ୫ ଉଇକେଟ ହରାଇ ୮୪ ରନ କରି ପରାଜିତ ହୋଇଥିଲେ। ମ୍ୟାଚ ଶେଷରେ ପ୍ରଫୁଲ୍ଲ ସାହୁ ମୁଖ୍ୟ ଅତିଥି ଓ ସନମ ସାହୁ, ସୁଶିଲ ସେଠ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖଲାବାହାଲ ଦଳର ଆଦିତଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦିଲୀପ ଭୋଇ, ଅନୀଲ, ଦିନେଶ ଓ ହନୁ ଅମ୍ପାୟାରିଂ, ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ପ୍ରଶାନ୍ତ ଓ ଦିଲୀପ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଅରବିନ୍ଦ, ଆଦିତ୍ୟ, ପରେଶ, ସୁବ୍ରତ, ମନିଷ, ଆକାଶ, ବାଦଲ, ସଚିନ ଆଦି ସହଯୋଗ କରିଥିଲେ। ଆସନ୍ତାକାଲି ପ୍ରଥମ ମ୍ୟାଚ ମହୁଲପାଲି ଭେଟେରାନ ଓ ବାଟତେରମା ମଧ୍ୟରେ ଏବଂ ଦ୍ବିତୀୟ ମ୍ୟାଚ ଜମଲା ଓ ଗୌଡ଼ପାଲି ମଧ୍ୟରେ ଖେଳାଯିବ।

Leave A Reply

Your email address will not be published.