ପଦ୍ମପୁର:ଭାରତୀୟ ଜନତା ପାର୍ଟି ପ୍ରାଣ,ଭାରତରତ୍ନ,ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୁତି ଚାରଣ କରିଥିଲେ । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ବାଲ୍ୟକାଳରୁ ଜଣେ ପ୍ପଷ୍ଟବାଦୀ ଛାତ୍ର ସହିତ ଏକ ଦକ୍ଷ ରାଜନୀତିଜ୍ଞ ହେବା ଫଳରେ ଭାରତରେ ସୁଶାସନ ର ମଞ୍ଜି ପୋତି ଥିଲେ । ତାଙ୍କ ସମୟରେ ଭାରତର ଭିତ୍ତିଭୂମି ଦୃଢ ହେବା ସହିତ ଲୋକଙ୍କର ଆର୍ଥିକ ଅବସ୍ଥା ସୁଧୁରି ଥିଲା । ଭାରତର କୋଣ ଅନୁକୋଣ ରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାର ଭୂମିକା ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ,କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପୁରୁଷୋତ୍ତମ ନାଏକ,ମହିଲା ମୋର୍ଚ୍ଚା ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ସୁବାଷିନୀ ପ୍ରଧାନ,ଯୁବନେତା ଶ୍ରୀ ବାଜୁବନ ନାୟକ,ସରୋଜ ମିର୍ଦ୍ଧା,ଦିବ୍ୟ କୁମାର ନାୟକ,ଏମିଡି ରାଜା,ଓମ କାନ୍ତି ସାହୁ,ସୁଶୀଲା ଖମାରୀ,ସୁକଦେବ ପ୍ରଧାନ,ଜୟସିଂ ସୁନା,ଶଶିଧର ରାଉତ,ଶଶି ସାହୁ ହରେକୃଷ୍ଣ ଚନନ୍ଦ,ଭାସ୍କର ଭୁଏ,ଋକ୍ଣଣ ସେଠ,ଭୁବନେଶ୍ୱର ନାଗ ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞୀଳି ଅର୍ପଣ କରିବା ସ୍ମୃତିଚାରଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.