ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

0

ରାୟଗଡ(ସରୋଜ କୁମାର ସାହୁ) : ଆଂଚଳିକ ଶିଳ୍ପକେନ୍ଦ୍ର ରାୟଗଡ ଦ୍ୱାରା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ ଇମ୍ଫାର ସହଯୋଗରେ ଥେରୁବାଲି ସ୍ଥିତ ଗୋପବନ୍ଧୁ ନଗର ଠାରେ ଥିବା ଇମ୍ଫା ଏମ୍ପ୍ଲଇଜ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଂଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବେନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲିଡବ୍ୟାଙ୍କ ମୂଖ୍ୟ ପ୍ରବନ୍ଧକ ଶ୍ରୀ ଧୀରେନ ବିହାରୀ, ଇମ୍ଫା ଉପ-ମୂଖ୍ୟ ପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀ କଲ୍ଲୋଳ ନାୟକ, ଶ୍ରୀ ଦେବାଶିଷ ମହାନ୍ତି, ଚିତ୍ତ ମଲ୍ଲିକ, ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ଶ୍ରୀ ପ୍ରତାପ ସାହୁ, ଦୀପା ଟିମ ରାୟଗଡ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ଅଂଚଳର ୫୦ ଜଣ ମହିଳା ଓ ଯୁବ ଉଦ୍ୟୋଗୀ ମାନେ ଅଂଶ ଗ୍ରହଣ କରିବା ସହ ବିଭିନ୍ନ ଅତ୍ମନିର୍ଭରଶୀଳ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ପରିଚାଳନା କରିଥିବା ବେଳେ ଇମ୍ଫାର ବରିଷ୍ଠ ଲେକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଶ୍ରୀ ରାଧାଶ୍ୟାମ ପଣ୍ଡା ନିର୍ଦେଶକ ପଲ୍ଲୀ ବିକାଶ ଥେରୁବାଲି, ଇମ୍ଫା ଲୋକ ସମ୍ପର୍କ ବିଭାଗର ଅଜୟ, ଲକ୍ଷ୍ମୀଧର, ରବି, ଅଶୋକ, ଆପାନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.