ଶ୍ରାବଣ ମାସର ପ୍ରଥମ ସୋମବାରରେ ଶୈବପୀଠରେ କାଉଡିଆଙ୍କ ଭିଡ

0

 

ରାୟଗଡା/ ସରୋଜ ସାହୁ

  ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଚାରିଆଡେ ଖାଲି ଦେଖାଦେଉଛି ଗେରୁଆ ରଙ୍ଗ । ଚେଇଁ ଉଠିଛନ୍ତି ଭୋଳାନାଥଙ୍କ ଭକ୍ତ । ଶ୍ରାବଣ ମାସର ପ୍ରଥମ ସୋମବାରରେ ରାୟଗଡା ଜିଲ୍ଳାର ସମସ୍ତ ଶୈବପୀଠରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । କଲ୍ୟାଣସିଂପୁର ବ୍ଳକରେ ଥିବା ପ୍ରସିଦ୍ଧ ଦେବଗିରୀ ଶୈବପୀଠର ପଂଚମୁଖେଶ୍ୱର ଲିଙ୍ଗରେ ଜଳାଭିଷେକ କରିବା ପାଇଁ ଶତାଧିକ କାଉଡିଆ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ନାଗାବଳୀ ଓ କଲ୍ୟାଣୀ ନଦୀର ସଂଗମ ସ୍ଥଳରୁ କାଉଡିଆମାନେ ପବିତ୍ର ଜଳ ଉଠାଇ ଚାଲି ଚାଲି ଦେବଗିରୀ ପାହାଡରେ ପଂହଚିଥିଲେ । ସେହିପରି ଜିଲ୍ଳା ସଦର ମହକୁମାରେ ଥିବା ମହାକାଳଶ୍ୱେର ପୀଠ,ବାଲୁଙ୍କେଶ୍ୱର ମନ୍ଦିର,ନୀଳକଣ୍ଠଶ୍ୱେର ମନ୍ଦିର ଭଳି ଅନ୍ୟାନ୍ୟ ଶୈବ ମନ୍ଦିରଗୁଡିକରେ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ତାଡମା ପଂଚାୟତର ପେରିଗାଁ ,ଥେରୁବାଲି ସ୍ଥିତ ପାଇକପଡା ଶୈବ ପୀଠ, ଗୁଡାରୀର ମୀନାଝୋଲା,ବିଷମକଟକର ଚାଟିକୋଣା ଶିବ ମନ୍ଦିର ସମେତ ଗୁଣପୁର,ପଦ୍ମୁପୁର,ରାମନାଗୁଡା,ମୁନିଗୁଡା ଇତ୍ୟାଦିର ଶିବ ମନ୍ଦିରଗୁଡିକରେ କାଉଡିଆମାନଙ୍କ ଭିଡ ଦେଖିବାକୁ ମିଳିଛି । ଓଡିଆ ସାହିର ବୋଲବମ୍ ଯୁବକ କମିଟିର ସଭ୍ୟମାନେ ରାୟଗଡା ସହର ଉପକଣ୍ଠ ଚେକାଗୁଡା ପଛପଟ ନାଗାବଳୀ ନଦୀରୁ ଜଳ ସଂଗ୍ରହ କରି ତାଡମା ପଂଚାୟତର ପ୍ରସିଦ୍ଧ ପେରିଗାଁ ଶିବ ମନ୍ଦିରରେ ଜଳାଭିଷେକ ନିମନ୍ତେ ଦୀର୍ଘ ୧୦କି.ମି.ଚାଲି ଚାଲି ବୋଲବମ ବୋଲବମ ଗୀତ ସହ ଭଗବାନ ଶିବଙ୍କ ନାମ ଜପି ଜପି ଯାଉଥିବା ଦେଖିବାକୁ ମିଳିଛି । ସମସ୍ତ କାଉଡିଆମାନେ ନଦୀ ବାଲିରେ ଶିବଲିଙ୍ଗ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ପରେ ନିଜର ମନସ୍କାମନା ପୂରଣ କରିବା ପାଇଁ ଜଳାଭିଷେକ କରୁଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.