ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଜେଏସଡବ୍ଲ୍ୟୁ ଷ୍ଟିଲର ଜଜାଙ୍ଗ ମାଇନ୍ସକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ନ୍ୟୁ ମାରିଅନ ହୋଟେଲରେ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ଜଜାଙ୍ଗ ମାଇନ୍ସର ସହଯୋଗୀ ଉପାଧ୍ୟକ୍ଷ ଅଖିଳେଶ କୁମାର ଏବଂ ସୁରକ୍ଷା ବିଭାଗ ମୁଖ୍ୟ ବସନ୍ତ ସାହୁ ଏହି ପୁରସ୍କାର ଗ୍ରହଣ କରଛି ନ୍ତି । ବାଂଲାଦେଶର ଡେପୁଟି ଉଚ୍ଚାୟୁକ୍ତ ତୋଫିକ ହାସନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅପରେଶନ ମୁଖ୍ୟ ବି. ଆର୍. କେ. ପାଢ଼ୀଙ୍କ ତତ୍ତ୍ୱାବଧାନରେ ଜଜାଙ୍ଗ ମାଇନ୍ସ ଏହି ପୁରସ୍କାର ହାସଲ କରିପାରିଛି ।
ଜେଏସଡବ୍ଲ୍ୟୁ ଓଡ଼ିଶା ଶାଖାର ଚିଫ୍ ଅପରେଟିଂ ଅଫିସର ଶ୍ରୀଯୁକ୍ତ ରଞ୍ଜନ ନାୟକ ଏହି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି | ଜେଏସଡବ୍ଲ୍ୟୁ ସର୍ବଦା ଏହାର ନୂଆ ଉଦ୍ଭାବନ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟ ପାଇଁ ପରିଚିତ । ଏହି ପୁରସ୍କାର ଜେଏସଡବ୍ଲ୍ୟୁ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ବୋଲି ଶ୍ରୀଯୁକ୍ତ ନାୟକ କହିଛନ୍ତି । ଜେଏସଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ପ୍ରତ୍ୟେକ ଦିନ ଏହାରକାର୍ଯ୍ୟ ଦକ୍ଷତା ବୃଦ୍ଧି କରି ଆସିଛି । କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କମ୍ପାନୀ ସର୍ବଦା ସମସ୍ତ ୟୁନିଟରେ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଆସିଛି ବୋଲି ସେ ପ୍ରକାଶ କରିଛନ୍ତି । “କଳିଙ୍ଗ ସୁରକ୍ଷା ପୁରସ୍କାର’’ ଭାରତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବେ ପରିଗଣିତ । ଏହା ବିଭିନ୍ନ ବର୍ଗ ଯଥା ବିପଦ ଚିହ୍ନଟ ଏବଂ ପ୍ରତିକାର ବ୍ୟବସ୍ଥା, ସୁରକ୍ଷାରେ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍ଓପି), ଜରୁରକାଳୀନ ପଦକ୍ଷେପ ଆଦିରେ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକୁ ମାନ୍ୟତା ଦେଇଥାଏ ।
ଏଥିସହ ନିରାପତ୍ତା ବ୍ୟବସ୍ଥାରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଶିଳ୍ପଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଖଣି ଅଞ୍ଚଳରେ କୌଣସି ଅସୁରକ୍ଷିତ କାର୍ଯ୍ୟକୁ ଟ୍ରାକ୍ କରି ଠିକ୍ ସମୟରେ ତାହାର ସମାଧାନ କରିବା ନିମନ୍ତେ ଓଡ଼ିଶାରେ ଜେଏସଡବ୍ଲ୍ୟୁ ମାଇନ୍ସର ଅନଲାଇନ ସୁରକ୍ଷା ନିରୀକ୍ଷଣ ଆପ୍ଲିକେଶନ ରହିଛି ।
Sign in
Sign in
Recover your password.
A password will be e-mailed to you.