ଭୁବନେଶ୍ୱର(ଶାସକ ପ୍ରଶାସକ) : ଯାତ୍ରୀଙ୍କ ଦାବି ଅନୁଯାୟୀ, ପୂର୍ବତଟ ରେଳପଥ ଦେଇ ଏକ ଯୁଗଳ ସ୍ୱତନ୍ତ୍ର ସୁପରଫାଷ୍ଟ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି | ଟ୍ରେନ ନା ହେଉଛି କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପର ଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍ |
05669/05670 କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ କାମାକ୍ଷାରୁ 23 ଡିସେମ୍ବର 2021 ରୁ 13 ଜାନୁୟାରୀ 2022 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିପହର 1510 ଘଣ୍ଟାରେ ଛାଡିବ ଏବଂ କୋଚୁଭେଲି ଠାରୁ 26 ଡିସେମ୍ବର 2021 ରୁ 16 ଜାନୁୟାରୀ 2022 ମଧ୍ୟରେ ପ୍ରତ୍ୟେକ ରବିବାର ରାତ୍ରି 2000 ଘଣ୍ଟାରେ ଛାଡିବ | ଏହି ଟ୍ରେନ୍ ଉଭୟ ଦିଗରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ଭିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁବାଡା ଷ୍ଟେସନ ଠାରେ ରହଣି କରିବ |
Sign in
Sign in
Recover your password.
A password will be e-mailed to you.