ମନୋଜ ରାଉତଙ୍କୁ  ‘ଦକ୍ଷ ସେବାଧିକାର ସମ୍ମାନ’

0

 

       ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ;  ଭଦ୍ରକ ଜିଲ୍ଲାରେ ଦିର୍ଘଦିନ ଧରି କାର୍ଯ୍ୟକରି ଆସୁଥିବା ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବରେ ମନୋଜ ରାଉତ ବେସ ଜଣାଶୁଣା । ସେ ବାଲେଶ୍ୱର,ବାରିପଦା ଓ ଭଦ୍ରକରେ ବିଭିନ୍ନ ଥାନା ମାନଙ୍କରେ ଦାୟିତ୍ୱ ନେଇ ସଫଳତାର ସହିତ କାର୍ଯ୍ୟ କରିବା ଏବଂ ଭଦ୍ରକରେ ଘଟି ଯାଇଥିବା ଦଙ୍ଗାକୁ ନିୟୋନ୍ତ୍ରଣ କରିବାରେ ତାଙ୍କ ଅବଦାନ ଅଧିକ । ଭଦ୍ରକରେ ଉଭୟ ସଂପ୍ରଦାୟ ମଧ୍ୟରେ ସମନ୍ୱୟ ରଖି ଭାଇଚାରାକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସେ ଥିଲେ ଏକ ମାଇଲ ଖୁଣ୍ଟ । ଏପରି ଅବସ୍ଥାରେ ତାଙ୍କୁ ରାଜନୈତିକ ଆକ୍ରୋସ ରଖି ବାରମ୍ଭାର ବଦଳି କରାଯାଉଥିବା ବେଳେ ଭଦ୍ରକବାସୀଙ୍କ ଆଶିର୍ବାଦରୁ ଏଠାରେ ରହି ଆଇନଶୃଖଂଳା ପରିସ୍ଥିତିକୁ ସଜାଡିବାରେ ସଫଳ ହୋଇଥିଲେ । କିନ୍ତୁ ତାଙ୍କର ଏବେ କେନ୍ଧୁଝର ବଦଳି ହେବା ପରେ ଭଦ୍ରକ ସହରବାସୀଙ୍କ ମଧ୍ୟରେ ନୈରାଶ୍ୟ ଛାଇ ଯାଇଛି । ତାଙ୍କୁ ଆଜି ଭଦ୍ରକ ଜିଲ୍ଲା ମହୀତସବା  ଟ୍ରଷ୍ଟବୋର୍ଡ ତରଫରୁ ‘ଦକ୍ଷ ସେବାଧିକାରୀ ସମ୍ମାନ’ରେ ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଉପ ଢୈକନ ଦେଇ ସମ୍ଭର୍ଦ୍ଧିତ କରାଯାଇଛି । ଏହି ଅବସରରେ କମିଟିର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର,କାର୍ଯ୍ୟକାରୀ ସଭାପତି ଦୁର୍ଗା ଶଂକର ବିଶ୍ୱାଳ,ସଂପାଦକ ଶ୍ରୀକାନ୍ତ ତ୍ରିପାଠି,ମୁଖ୍ୟ ସଂଯୋଜକ ସତ୍ୟଭୂଷଣ ସ୍ୱାମୀ,ସାଂକୃତିକ ସଂପାଦିକା ରଶ୍ମିତା ଦାସ,ମିଡିଆ ସଂଯୋଜକ ଶଶୀଭୂଷଣ ସ୍ୱାମୀ,ସାମ୍ବାଦିକ ଶୈମ୍ୟକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରାଉତଙ୍କ ସଫଳତା କାମନା କରିଥିଲେ । 

Leave A Reply

Your email address will not be published.