“ଦ ହେଲ୍ପିଙ୍ଗ୍ ଆଏ” ର ବୃକ୍ଷରୋପଣ କାର୍ଯ୍ୟକ୍ରମ : ବିଭିନ୍ନ ସ୍ଥାନରେ ୭୦୦ ଚାରାରୋପଣ କଲା

0 2

ଯାଜପୁର/ଜୟଶଙ୍କର ଦାଶ : ସ୍ୱେଚ୍ଛାସେବୀ ସଂଗଠନ “ଦ ହେଲ୍ପିଙ୍ଗ୍ ଆଏ” ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପ୍ରାୟ ସାତ ଶହ ଚାରାରୋପଣ ସଂପୂର୍ଣ୍ଣ କରାଯାଇଛି । ବିଶ୍ୱ ପରିବେଶ ଦିବସ ଜୁନ୍ ୫ ତାରଖରୁ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇ ଜୁଲାଇ ୨୭ରେ ସଂପୂର୍ଣ୍ଣ ହୋଇଛି । ପ୍ରଥମ ଦିବସରେ ପାଟୁଳୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୦ଟି ବୃକ୍ଷରୋପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ ପରେ ଛୋଟରାୟପୁର ପ୍ରାଥମିକ ବିଦ୍ୟାଳୟରେ ୧୯ଟି ଗଛ, କୁସୁନପୁର ବାଲାଜୀ ମନ୍ଦିରରେ ୧୦ଟି, ଚିଲ୍ଲିପଦା ଗ୍ରାମରେ ୧୦୧ଟି ବଡ଼ ପାଟୁଳୀ ଗ୍ରାମରେ ୩୩ଟି, କଣ୍ଟାଚିରା ଗ୍ରାମରେ ୧୨୭ଟି, ସାନପାଟୁଳୀରେ ୧୫୦ଟି ଏବଂ ରାଛିପୁର ଗ୍ରାମରେ ୨୫୦ଟି ବୃକ୍ଷରୋପଣ ହୋଇ ୭୦୦ ବୃକ୍ଷରୋପଣ ସଂପୂର୍ଣ୍ଣ କରାଯାଇଥିଲା । 

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ “ଦ ହେଲ୍ପିଙ୍ଗ୍ ଆଏ” ସଂଘର ସିଦ୍ଧାର୍ଥ ନାୟକ, ମନୋରଞ୍ଜନ ଲେଙ୍କା, ସାଇ ଶୁଭାଶିଷ ରାଉତ, ସନ୍ଦିପ ପରିଡ଼ା, ହରିଶ ମଲ୍ଲିକ, ବିଗ୍ନେଶ୍ୱର ନାଥ, ପ୍ରତିକ୍ ବଳ, ସୁପ୍ରିୟ ସମ୍ବିତ୍ ମହାନ୍ତି, ପ୍ରକାଶ ରାଉତ, ଦୀପକ ଦେଓ, ଦାମୋଦର ପରିଡ଼ା, ସୁଶାନ୍ତ ଜେନା, ଅମରଜିତ୍ ମଲ୍ଲିକ, ଦିବ୍ୟଜ୍ୟୋତି ସାହୁ, ଦେବୀପ୍ରସାଦ ମହାପାତ୍ର, ଆର୍ଶିବାଦ ସ୍ୱାଇଁ, ଅନିମେଶ ବଳ, ରୂପକ୍ ରାଜ୍, ସୁବ୍ରତ ରାଉତ, ସୌମ୍ୟରଞ୍ଜନ ଓଝା, ସୀମାଞ୍ଚଳ ରାଜ୍, ସୁଭେନ୍ଦୁ ସାହୁ, ମଣି ପାତ୍ର, ଆର୍ଶିବାଦ ମହାନ୍ତି, ମୋକିମ୍ ଅଲ୍ଲୀ ଖାନ୍, ମୁଦୀତ୍ ସେଠୀଆ, ଏମ୍ଡ଼ି. ୱାସିଉଲ୍ଲହ|, ଏମଡି.. ଇଲିଆସ୍, ଜ୍ୟୋତି ରଞ୍ଜନ ଛୋଟରାୟ, କିଶୋର ପରିଡ଼ା, ପ୍ରତୀକ୍ ରଂଜନ ପରିଡ଼ା, ରମେଶ ସ୍ୱାଇଁ, ବିଭୂତି ଭୂଷଣ ବଳ ଓ ଅଶୁଂମାନ ସୁକ୍ଲା ଏବଂ ଉପର ଲିଖିତ ଗ୍ରାମର ସତ୍ୟ ନାରାୟଣ ଶର୍ମା, ପ୍ରଭାତ ମହଲ, ନିର୍ମଳ ସାହୁ, ରଂଜନ ମଲ୍ଲିକ, ସୌମ୍ୟ ରଂଜନ ପ୍ରଧାନ,ସୁରତ ବିଶ୍ୱାଳ, ପ୍ରୀତିରଂଜନ ରାଉତରାୟ, ପ୍ରିୟାଶୁଂ ରଂଜନ ତରାଇ, ବ୍ରଜକିଶୋର ରାଉତ, ନିର୍ମଳ ବେହେରା, ଶିବପ୍ରସାଦ ବେହେରା, ଭଗବତ୍ ମଲ୍ଳିକ,  ସତ୍ୟଜିତ୍ ଘଡେ଼ଇ, ହିମାଂଶୁ ନାୟକ, ସୁବ୍ରତ ଘଡେ଼ଇ, ପିତାମ୍ବର ଜେନା, ଶୁଭ୍ରାଂଶୁ ବାରିକ ଆଦି ସାହାଯ୍ୟର ହାତ ବଢ଼ାଇ ଥିଲେ । ବୃକ୍ଷ ଗୁଡ଼ିକ ରୋପଣ ପରେ ସେସବୁକୁ ଯତ୍ନର ସହ ଘେରା ବନ୍ଦୀ କରାଯାଇଛି । ଏହି ସଂଗଠନ ତରଫରୁ ବୃକ୍ଷରୋପଣ ସହିତ ଅନ୍ୟ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିଛି । 

 

 

 

 

 

 

 

 

Leave A Reply

Your email address will not be published.