ଔଷଧ ଦୋକାନନରେ ବିକ୍ରି ହେଉଛି ଏକ୍ସପାୟର ଔଷଧ ଇଞ୍ଜେକ୍ସନ

0 1

Images and Links 28-07-18bmedicine-.jpg - 27.15 kB

 ବଲାଙ୍ଗୀର/ ନିରଜ ମିଶ୍ର 

ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି କି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ମେଡିକାଲ କଲେଜ ଚିକିତ୍ସାଳୟ ପରିସରରେ ଥିବା ଔଷଧ ଦୋକାନରେ ଏହି ଧାର୍ଯ୍ୟ ଅବଧି ସମାପ୍ତି ତାରିଖ ଔଷଧ ଇଂଜେକସନ ବିକ୍ରି ହେବାପରି ଗୁରୁତର ଅଭିଯୋଗ ହେଉଛି। ସରଳ ଓ ଗାଉଁଲି ଲୋକଙ୍କ ସରଳତାର ସୁଯୋଗ ନେଇ ଏହି ମୂଲ୍ୟ ଓ ଧାର୍ଯ୍ୟ ଅବଧି ସମାପ୍ତି ସତ୍ତ୍ୱେ ଦେଇଦିଆଯାଉଛି ଓ ଉକ୍ତ ସମୟ ସୀମା ଓ ମୂଲ୍ୟ ଉପରେ ମାର୍କର ଦେଇ କଳାକରି ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି। ସେହିପରି ସରକାରୀ କଡ଼ା ଆଇନ ଅନୁଯାୟୀ ବିଲ ପ୍ରଦାନ ବ୍ୟବସ୍ଥା ସତ୍ତ୍ୱେ ବିଲ ପ୍ରଦାନ କରାଯାଉନାହିଁ। ଯଦି କେହି ବିଲ ମାଗେ ତେବେ ଔଷଧର ମୂଲ୍ୟ ଅଧିକ ପଡିବ ବୋଲି ସ୍ପଷ୍ଟ କୁହାଯାଏ। ବଲାଙ୍ଗୀର ସହର ତଥା ଜିଲ୍ଲାର ବିଭିନ୍ନ ଅଂଚଳରେ ଏହି ଔଷଧ ଦୋକାନୀ ନିଜ ମନମୁଖୀ କାରବାର କରୁଥିବା ଦେଖାଯାଉଛି ଏ ନେଇ ଅଭିଯୋଗ ସତ୍ୱେ କିଛି ସୁଫଳ ନ ମିଳିବା ଅଭିଯୋଗ ହେଉଛି।

 

Leave A Reply

Your email address will not be published.