ଦାରିଙ୍ଗବାଡ଼ି ବ୍ଲକ ଓ କୋଟଗଡ ବ୍ଲକ ମଧ୍ୟରେ ଯାତାୟାତ ସେବା ଠପ

0

କନ୍ଧମାଳ: ଗଗନ କୁମାର ପ୍ରଧାନ  

କନ୍ଧମାଳ ଜ଼ିଲ୍ଲା ର ଦାରିଙ୍ଗବାଡ଼ି ବ୍ଲକ ଓ କୋଟଗଡ ବ୍ଳକଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଯାତାୟାତ ସେବା ଠପ ହେଇଥିବା ସୂଚନା ମିଳିଛି l ଯାହାପାଇଁ ବଡାଙ୍ଗିଆ, ଦୁକୂମା, ଉଦଗିଙ୍ଗ, ଅଟିନବାଡ଼ି, ସିର୍କାବର୍ଗ, ମାନିଙ୍ଗ ଯୋଡି, ବlନ୍ଦାମେରl, ଗୁଡ଼ରିମହl, ସମେତ ଅଞ୍ଚଳ ଜନସାଧାରଣ ବହୁ ସମସ୍ୟା ର ସମ୍ମୁଖୀନ ହେଉଥିବା କଲେବ ଦିଗlଳ, ଭକ୍ତ କଁହର , ଧିରେନ ବଳିୟାରସିଂ, ବିଷ୍ଣୁ ପ୍ରଧାନ, କାଳିବିଟୁ ବଳିୟାରସିଂ, ବାଲାଜୀ ପାଲଟା ସିଂ, ସୁଶାନ୍ତ ପ୍ରଧାନ ଓ ଶେରେଙ୍ଗା ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି l ଦାରିଙ୍ଗବାଡ଼ି ବ୍ଲକ ଠାରୁ କୋଟଗଡ ବ୍ଲକ କୁ ସଂଯୋଗ କରିବା ପାଇଁ ସୁବର୍ଣ୍ଣଗିରି, ସାଲକୀସିତାଗୁଡା, ସିର୍କାବର୍ଗ ପଞ୍ଚାୟତ ଦେଇ କୋଟଗଡ କୁ ସଂଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ପ୍ରଦାନ କରାଯାଇଛି, ହେଲେ ଅତି ପରିତାପର ବିଷୟ ଏହିକି ଯେ, ଠିକାଦାରଙ୍କ ମନମାନୀ ଓ ପ୍ରଶାସନର ଅବହେଳା ସକାଶେ ବର୍ତ୍ତମାନ  ସୁଦ୍ଧା ଅନେକ ସ୍ଥାନରେ ରାସ୍ତା କାମ ହୋଇନାହିଁ | ଯାହାପାଇଁ ଏହି ଅଞ୍ଚଳକୁ  ଚାଲି ଚାଲି ଯିବା, ଚାରିଚକିଆ ଓ ଦୁଇ ଚକିଆ ଯାନ ଗଡ଼ିବା ଅସମ୍ଭବ ହୋଇପଡିଛି ଓ  ଗର୍ଭବତୀ ମହିଳା, ରୋଗୀ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଥିବା ଧିରେନ ବଳିୟାରସିଂ ଅଭିଯୋଗ କରିଛନ୍ତି, ତେଣୁ ଯଥା ଶୀଘ୍ର ରାସ୍ତା ତିଆରି କରି ଅଞ୍ଚଳବାସୀଙ୍କ ପାଇଁ ଯଥାଶୀଘ୍ର ଯାତାୟାତ ସେବା ଯୋଗାଇବା ପାଇଁ ଦାବି ହୋଇଛି l ଜ଼ିଲ୍ଲା ପ୍ରଶାସନର  ଅବହେଳା ଯୋଗୁଁ ଏହି ଅଞ୍ଚଳର ଅଧିବାସୀ ଏକ ପ୍ରକାର ବାହ୍ୟ ଜଗତରୁ ଵିଚ୍ଛିର୍ଣ୍ଣ ଅବସ୍ଥାରେ ବସବାସ କରୁଥିବା ପ୍ରକାଶ କରିଛନ୍ତି, ଯାହାକି କନ୍ଧମାଳ ବାସୀଙ୍କ ନିମନ୍ତେ ଯୋଜନା ଉପରେ ଯୋଜନା କରାଯାଉଥିବା ଘୋଷଣା ଏକ ପ୍ରହସନ ମାତ୍ର ବୋଲି ସମାଜସେବୀ ଦେବେନ୍ଦ୍ର ନାୟକ କହିଛନ୍ତି ଯଦି ସରକାର କନ୍ଧମାଳ ବାସୀଙ୍କ ନିମନ୍ତେ ସଚେତନ ଅଛନ୍ତି, ତାହାହେଲେ ପ୍ରଥମେ ଅଞ୍ଚଳ ବାସୀଙ୍କୁ ମୌଳିକ ସୁବିଧା ଯୋଗେଇଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି ମଧ୍ୟ ଦେବେନ୍ଦ୍ର ନାୟକ ମତବ୍ୟକ୍ତ କରିଛନ୍ତି l

Leave A Reply

Your email address will not be published.