ବରିକେଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂର୍ଣ୍ଣିମା ପାଲିତ ।

0

27-07-18-pradipa.jpg - 39.28 kB

ପଦ୍ମପୁର/ନୀଳ ଦୀପ 

ପଦୁପୁର ବିଧାୟକ  ପ୍ରଦୀପ କୁମାର ପୁରୋହିତ ଙ୍କ କରକମଳରେ ବରିକେଲ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ କଠୋରୀ କୁ ଉଦଘାଟିତ ହୋଇଯାଇଛି । ପରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ନେଇ ଗୁରୁ ପୂର୍ଣ୍ଣିମା ପାଲନ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାର ବିଧାୟକ ପୁରୋହିତ ଗୁରୁ ପୂର୍ଣ୍ଣିମା ର ମହତ୍ବ ବିଷୟରେ ଉଦବୋଧନ ଦେଲେ। ଭବିଷ୍ୟତରେ ଛାତ୍ର ଛାତ୍ରୀ ମାନେ ଗୁରୁଜନ ତଥା ପିତାମାତାଙ୍କ ଆର୍ଶୀବାଦ ନେଇ ଭବିଷ୍ୟତରେ କିପରି ଏକ ଆଦର୍ଶ ମଣିଷ ହେବେ ସେ ବିଷୟରେ ଶିକ୍ଷା ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରଶ୍ନ ଉତ୍ତର ମାଧ୍ୟମରେ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମସାଗର ସାହା ସହକାରୀ ଶିକ୍ଷକ ରାମଚନ୍ଦ୍ର ସାହୁ ଖେଳ ଶିକ୍ଷକ କ୍ଷୀରୋଦ୍ର କୁମାର ଦାଶ ଦୟାନିଧି ବେହେରା, ଈଶ୍ୱର ଦିଶ୍ରୀ,ମୀନକେତନ ସାହୁ ଓ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.