ଭୁବନେଶ୍ୱର(ଶାସକ ପ୍ରଶାସକ): ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୧୪ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାତ୍ରା କରିଛନ୍ତିା ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ଚିତ୍ରଦୁର୍ଗଠାରେ ଥିବା ପ୍ରତିଭା ବିକାଶ କେନ୍ଦ୍ରରେ ଏହି ଶିକ୍ଷକମାନେ ଚଳିତ ମାସ ୮ ତାରିଖରୁ ଆରମ୍ଭ ହେଉଥିବା ୧୦ ଦିନିଆ ପ୍ରଶିକ୍ଷଣରେ ଯୋଗଦେବୋ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମନୋନୀତ ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତିା ଏପରି ପ୍ରଶିକ୍ଷଣଜନିତ ଉପଲବ୍ଧି ସେମାନଙ୍କୁ ଅଧିକ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତିା
ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ସାମିଲ ହୋଇଛନ୍ତିା ପ୍ରଶିକ୍ଷଣ ପରେ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ନୂତନ ଧାରାରେ ଶ୍ରେଣୀ ପରିଚାଳନା କରିବାର ଦକ୍ଷତା ହାସଲ କରିବା ସହିତ ଶ୍ରେଣୀ ପାଠ୍ୟଦାନରେ ପରୀକ୍ଷା, ସିଦ୍ଧାନ୍ତ ଓ ତତ୍ତ୍ୱର ପ୍ରୟୋଗ କରିପାରିବୋ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟୟ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବା ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଅନୁରୂପ ଭାବରେ ଶୁଭେଚ୍ଛା ଜଣାଇବା ସହିତ ଶିକ୍ଷକମାନଙ୍କ ପାଇଁ ଏପରି ପ୍ରଶିକ୍ଷଣ ଅଧିକ ଫଳପ୍ରଦ ଓ ଅର୍ଥପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରିଛନ୍ତିା
ଗତବର୍ଷ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରର ପ୍ରତିନିଧିମଣ୍ଡଳୀ ଓଡ଼ିଶା ଆସି ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହିତ ଏପରି ପ୍ରଶିକ୍ଷଣ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲୋ ପ୍ରତିନିଧି ମଣ୍ଡଳୀର ସମ୍ମତି ଅନୁସାରେ ଗଣିତ ଓ ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲାା
Sign in
Sign in
Recover your password.
A password will be e-mailed to you.