ସିଙ୍ଗାପୁରରେ ଫସିଛନ୍ତି ଓଡିଆ ପରିବାର: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

0

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସିଙ୍ଗାପୁରରେ ଫସିଥିବା ଓଡିଆ ପରିବାରକୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଉରକେଲାର ଉପରଦା ଗ୍ରାମର ରବିନାରାୟଣ ମହାପାତ୍ରଙ୍କ ପୁଅ ସଙ୍କେତ ମହାପାତ୍ର ନିଜ ପରିବାର ସହ ଦୀର୍ଘ ୭ ବର୍ଷ ହେବ ସିଙ୍ଗାପୁରରେ ରହି ଆସୁଥିଲେ। ଗତ ୨ ବର୍ଷ ହେବ କୋଭିଡ କଟକଣା ଯୋଗୁ ସେ ପରିବାର ସହ ସିଙ୍ଗାପୁରରୁ ଭାରତ ଆସିପାରୁ ନାହାଁନ୍ତି। ନିଜର ଅସୁସ୍ଥ ବୃଦ୍ଧ ପିତା ମାତାଙ୍କ ଚିକିତ୍ସା ପାଇଁ ଭାରତ ଫେରିବାରେ ବିଫଳ ହେବାରୁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ସିଙ୍ଗାପୁରରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସଙ୍କେତଙ୍କ ସମେତ ପରିବାର ଅନ୍ୟ ୩ ଜଣଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.