“ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ “ଆଶ୍ରା” ବରିଷ୍ଠ ନାଗରିକ ଗୃହରେ ଦୀପାବଳି ଉତ୍ସବ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ସୁପୁତ୍ର ଅନୁଷ୍ଠାନ ଦ୍ବାରା ପରିଚାଳିତ”ଆଶ୍ରା” ବରିଷ୍ଠ ନାଗରିକ ଗୃହରେ ଦୀପାବଳି ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପରିବାରର ସ୍ନେହ ମମତାରୁ ବଞ୍ଚିତ ହୋଇ ୨୫ ଜଣ ଅନ୍ତେବାସୀ ଏହି ଗୃହରେ ରହୁଛନ୍ତି। ଏହି ଅନ୍ତେବାସୀଙ୍କ ସହିତ ଦୀପଜାଳି ମିଠା ଓ ଫଳ ସମୁହ ଖୁଆଇ ସେମାନଙ୍କ ସହ ଦୀପାବଳି ପାଳନ କରିଥିଲେ।
ଏହି କାର୍ଯ୍ୟକ୍ରମ ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତି ମିନା କୁମାରୀ ଟହଲ , ଉପସଭାନେତ୍ରୀ ଶ୍ରୀମତି ଅନିତା ମିଶ୍ର , ଉପଦେଷ୍ଟା ଡ଼. କଲ୍ୟାଣୀ ମିଶ୍ର , ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀମତି ସ୍ୱର୍ଣ୍ଣପ୍ରଭା ପାଠୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ସେମାନଙ୍କ ସହିତ କିଛି ସମୟ ବିତାଇ ଥିଲେ ଓ ଖୁସି ମନାଇ ଥିଲେ।
“ଆଶ୍ରା” ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀ ସୀତାକାନ୍ତ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରିଥିଲେ। ପରିଶେଷରେ ଆଶ୍ରମ ଅନ୍ତେବାସୀ ମାନେ ଭଜନ ଓ ଜଣାଣ ପରିବେଷଣ କରିଥିଲେ।

Leave A Reply

Your email address will not be published.