ପଣ୍ଡିରିପାଣୀ ପରିବେଶ ସୁରକ୍ଷା ପାଇଁ ସବୁଜ ସାଥି ଗଠିତ ।

0

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପାଣୀ ଗ୍ରାମରେ ଯୁବକମାନଙ୍କର ଏକ ବୈଠକ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦେଇ ବୃକ୍ଷ ରୋପଣ ଜଙ୍ଗଲ ସୁରକ୍ଷା, ଗ୍ଲୋବାଲ ୱାର୍ମିଙ୍ଗ ଉପରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଯୁବକମାନେ ଆଗେଇ ଆସି ଗାଁ ଗାଁରେ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଯୁବକମାନଙ୍କୁ ନେଇ ପରିବେଶ ସୁରକ୍ଷା ତଥା ନିଜର, ଘରର, ଗ୍ରାମ ଓ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁଜ ସାଥୀ ପଣ୍ଡରିପାଣୀ ଗଠନ କରାଗଲା । ଦେବାନନ୍ଦ ପାଣିଗ୍ରାହୀଙ୍କୁ ସବୁଜ ସାଥୀର ମୁଖ୍ୟ ଓ ଆକାଶ ସାହୁଙ୍କୁ ପ୍ରବକ୍ତା ଭାବେ ମନୋନୀତ କରାଗଲା । ଆନନ୍ଦ ମେହେର, ସୁନୀଲ ସାହୁ, ସମିର ବାରିକ, ରାଜକୁମାର ନାୟକ, ସୌମ୍ୟ ଭୋଇ, କୁନା ପାଣିଗ୍ରାହୀ, ଶିବ ନାୟକ, ସୁଶାନ୍ତ ମେହେର, ବିକାଶ ସାହୁ, ଋଷଭ ସାହୁ, ବିକାଶ ନାୟକଙ୍କୁ ସବୁଜ ସାଥୀ ପଣ୍ଡରିପାଣୀର ସଭ୍ୟ ଭାବେ ମନୋନୀତ ହେଲେ ସବୁଜ ସାଥୀ ମାଧ୍ୟମରେ ପ୍ରତ୍ୟେକ ସଭ୍ୟଙ୍କ ଲୁକ୍କାୟିତ ପ୍ରତିଭା ଗୁଡ଼ିକୁ ବିକଶିତ କରି ସଭ୍ୟ, ଗ୍ରାମ ତଥା ଅଞ୍ଚଳର ବିକାଶ କରାଯିବ ବୋଲି ନାଟ୍ୟକାର ପ୍ରଦୀପ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ପ୍ରକାଶ କରି ଯୁବକମାନଙ୍କୁ ଉତ୍ସାହିତ କରିଥିଲେ |

Leave A Reply

Your email address will not be published.