ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଓ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସମସ୍ତ ବ୍ଳକର କଳା ସଙ୍ଘର କଳାକାର ମାନେ ଯୋଗ ଦେଇଥିଲେ ।
ପ୍ରଥମେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛକଠାରୁ ସଚିବ ଏବଂ ନିର୍ଦ୍ଦେଶକଙ୍କୁ ଗଜପତିର କଳାକାର ମାନେ ବିଭିନ୍ନ ଲୋକ ନୃତ୍ୟ ମାଧ୍ୟମରେ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭା ଗୃହକୁ ପାଛୋଟି ନେଇଥିଲେ ।
ଏହି ସମୀକ୍ଷା ବୈଠକରେ ସମସ୍ତ ପଞ୍ଚାୟତ ସମିତିର କଳାସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଗଜପତି ଏକ କଳାର ମାଟି ବୋଲି ପ୍ରଥମେ ସଚିବ ଏବଂ ନିର୍ଦ୍ଦେଶକ ଜିଲ୍ଲାକୁ ସମ୍ବୋଧନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କର ବିଭିନ୍ନ କଳା ସଂସ୍କୃତିକୁ ଉନ୍ନତି କରିବାରେ ବିଭିନ୍ନ ଯୋଜନା ଉପରେ ସଚିବ ଆଲୋକପାତ କରିବା ସହ ଜିଲ୍ଲା ମୁଖ୍ୟାଳୟରେ ଏକ ସୁନ୍ଦର ସଂସ୍କୃତି ଭବନ ଏବଂ ଜିଲ୍ଲା ସ୍ତରୀୟ ପାଠାଗାର କିପରି ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ ତାହାରି ଉପରେ ଗୁରୁତ୍ୱ ଦେଇଥିଲେ ।
ଅନ୍ୟ ଆଲୋଚିତ ବିଷୟବସ୍ତୁ ମଧ୍ୟରୁ ଜିଲ୍ଲାରେ ମହେନ୍ଦ୍ରଗିରି ଲୋକକଳା ମହୋତ୍ସବ ପ୍ରତିବର୍ଷ ଆୟୋଜନ କରିବା ପାଇଁ ସଚିବ ମହୋଦୟ ଘୋଷଣା କରିବା ସହ ଆବଶ୍ୟକ ସମସ୍ତ ସହଯୋଗ ରାଜ୍ୟ ସରକାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ତରଫରୁ ଡି.ପ୍ରିୟଙ୍କା ଏବଂ ତାଙ୍କର ସାଥୀ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗୋଷାଣୀ ବ୍ଳକର ବଡ଼ଗାଁ ନାରାୟଣୀ ନାଟ୍ୟ ସଂସ୍ଥା ଭାରତ ଲୀଳା ପ୍ରଦର୍ଶନ କରିଥିଲେ । ପାରଳାଖେମୁଣ୍ଡିର କ୍ରିଏଟିଭ୍ ଆର୍ଟସ୍ ତରଫରୁ ଆଦିବାସୀ ସଉରା ନୃତ୍ୟ ପଦର୍ଶନ କରାଯାଇଥିଲା। ଯାଜପୁରର ସଙ୍କଟତାରିଣୀ ନାଟ୍ୟ କଳା ସଙ୍ଘ ତରଫରୁ ଭୂତକେଳି ଲୋକକଳା ପ୍ରଦର୍ଶନ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳ ବିଶୋଇ ଓ ଲୋକକଳା ସଙ୍ଘର ଉପସଭାପତି ଶ୍ରୀ ଅବନୀ ମିଶ୍ର ଏହି ସଭାରେ ଯୋଗ ଦେଇ କଳାକାର ବଞ୍ଚିଲେ ସଂସ୍କୃତି ବଞ୍ଚିବ ଏବଂ ସଂସ୍କୃତି ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିଥିଲେ । ୨୦୨୦-୨୧ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , କ୍ରିଏଟିଭ୍ ଆର୍ଟସ୍ ର କଳାକାର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.