କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଉପଜିଲ୍ଲାପାଳ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବି ପତ୍ର ପ୍ରଦାନ

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) କେନ୍ଦ୍ର ସରକାରଙ୍କ ମନମୁଖି ଅହେତୁକ ପେଟ୍ରୋଲ, ଡିଜେଲ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଯେମିତି କି ଖାଇବା ତେଲ,ଡାଲି ରନ୍ଧନ ଗ୍ୟାସ ଏପରିକି ଔଷଧ ପତ୍ରର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି!ଏହାର ପ୍ରତିବାଦରେ ବିଜୁମହିଳା ଜନତାଦଳ ପକ୍ଷରୁ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି! ପାଟଣାଗଡ  ବ୍ଳକ ବିଜୁ ମହିଳା ଜନତାଦଳର ସଭାନେତ୍ରୀ ଶ୍ରୀମତୀ ବିଦ୍ୟୁଶ୍ମୀତା ମେହେର,ସେହିପରି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁମହିଳା ସଭାନେତ୍ରୀ ସଂଯୁକ୍ତା ବନଗୁଲା,ପାଟଣାଗଡ଼ ଉପସଭାନେତ୍ରୀ ଭାନୁ ପ୍ରିୟା ନାଏକ,ସଂପାଦିକା କସ୍ତୁରୀ ସେଠ,ଜିଲ୍ଲା ସାଧାରଣ ସମ୍ପାଦିକା ସଂଯୁକ୍ତା ପ୍ରଧାନ,ଗିତାଞ୍ଜଳୀ ମିଶ୍ର ,ଉଲବା ପଞ୍ଚାୟତ ସଂପାଦିକା ଜୟଶ୍ରୀ ମେହେର,କେନ୍ଦୁମୁଣ୍ଡି ପଞ୍ଚାୟତ ସଂପାଦିକା ସଂଯୁକ୍ତା ମହାପାତ୍ର,ସ୍ବର୍ଣ୍ଣ ପ୍ରଭା ପ୍ରଧାନ,ତମିଆଁ ପଞ୍ଚାୟତ ସଂପାଦିକା ସସ୍ମିତା ମେହେରଙ୍କ ସମେତ ପାଟଣାଗଡ ଉପଖଣ୍ଡ ଅଞ୍ଚଳର ସମସ୍ତ ସଭାପତି କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ବରେ ଶତାଧିକ  ମହିଳା କର୍ମୀ ଏକ ବିଶାଳ କାୟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ  ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କୁ ଇତି ମଧ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ!!

Leave A Reply

Your email address will not be published.