କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର

0

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଘରଠୁ ବାହାରେ ସଜେଇ ହେଲାଣି ଆଲୋକରେ।ଏହି ଦୀପାବଳୀ ପାଇଁ ମାଟିରେ ତିଆରୀ ଦୀପର ରହିଛି ନିଆରା ଚାହିଦା।ଏହିଚାହିଦକୁ ଦୁଷ୍ଟିରେ ରଖି କୁମ୍ଭକାର ପରିବାର ମାଟି ଦୀପ ଏବଂ ବିଭିନ୍ନ ସାମଗ୍ରୀ ତିଆରି କରିବାରେ ଲାଗିଥାନ୍ତି। ତେବେ ପୂଜାକୁ ଚାଇନା ଦୀପ ଆସିବାପରେ ଏହି ମାଟିଦିପର ଚାହିଦା କମୁଥିବାରୁ ନିଜର ବୃତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୁମ୍ଭାର ପରିବାର। ଅନ୍ଧାରରୁ ଆଲୋକ ଦେଇଥାଏ ଏହି ଦୀପ। କାହିଁ କେଉଁକାଳରୁ ହିନ୍ଦୁ ସଂସ୍କୃତି ଆଉ ପରମ୍ପରାର ପ୍ରତୀକ ଭାବେ ଦୀପର ରହିଛି ସ୍ୱତନ୍ତ୍ର ପରିଚୟ। ପୂଜା ପାର୍ବଣ ଠାରୁ ଆରମ୍ଭକରି ବିଭିର୍ଣ କାର୍ଯ୍ୟରେ ଓଡ଼ିଆଘରେ ଏହି ମାଟିଦୀପ ଖୋଜା ପଡିଥାଏ।

ହେଲେ ଏହି ମାଟିଦୀପ ଯୋଗାଉଥିବା କୁମ୍ଭାର ପରିବାର କୌଳିକ ବୃତ୍ତି ଏବେ ସଂକଟରେ। ବଜାରର ଚାଇନା ଦୀପ ଏବଂ ପ୍ରସ୍ତିକ ଦୀପର ବହୁଳ ବ୍ୟବହାରକୁ ନେଇ ଏବେ ଆଶା ଓ ଆଶଙ୍କାରେ କୁମ୍ଭକାର ପରିବାର।ଆଗକୁ ଆଲୋକର ପର୍ବ ଦୀପାବଳି ଅସୁଥିବାବେଳେ ଅଵଶ୍ୟକତା ଦୃଷ୍ଟିରୁ ବାଧ୍ୟ ବାଧ୍ୟକତାରେ ଦୀପ ତିଆରି କରୁଛନ୍ତି କାରିଗର।ଆମ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପ୍ରୟାସ କରାନଗଲେ ବହୁ ଶୀଘ୍ର କୌଳିକ ବୃତ୍ତି ଉପରେ ନିର୍ଭର କରି ଚାଲୁଥିବା ଏହି କୁମ୍ଭକାର ପରିବାର ତାଙ୍କ କୌଳିକ ବୃତ୍ତିକୁ ହରେଇବସିବେ। ସରକାର ଏ ଦିଗରେ କିଛି ପଦକ୍ଷେପ ନେଲେ ବା ପ୍ରୋତ୍ସାହନ ଦେଲେ ସେମାନେ ଉପକୃତ ହୁଅନ୍ତେ।

Leave A Reply

Your email address will not be published.