ବକେୟା ପାଉଣା ଦାବିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ।

0

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ବ୍ଳକ ଅଧିନସ୍ଥ ସର୍ଗିବାହାଲ ରେ ଥିବା ମାଁ ସମଲେଶ୍ଵରୀ ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟ ସରକାର ଙ୍କ ତରଫ ରୁ ମହାମାରୀ କରୋନା ସମୟରେ ନିରିହ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଆଜି ପର୍ଯ୍ୟନ୍ତ ସେମାନେ ଖର୍ଚ୍ଚ କରିଥିବା ପ୍ରାପ୍ୟ ନ ପାଇ ଅନେକ ହଇରାଣ ସହ ମାନସିକ ଭାରାକ୍ରାନ୍ତ ହୋଇପଡିଛନ୍ତି l ରନ୍ଧାଖାଦ୍ୟ କୋଭିଡ ସମୟରେ ଯୋଗାଇବାକୁ ସର୍ଗିବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ, ମାଁ ସମଲେଶ୍ଵରୀ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଆଦେଶ ପ୍ରଦାନ କରିଥିଲେ l ତାଙ୍କ ଆଦେଶ ତଥା ସରକାରଙ୍କୁ ସମ୍ମାନ ଜଣାଇ ବିଭିନ୍ନ ଦୋକାନ ରୁ ଚାଉଳ ଠୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ଧାର ରେ ଆଣି ଗ୍ରୁପ୍ ର ସଦସ୍ୟ ମାନେ ଅବହେଳା ନକରି ରନ୍ଧା ଖାଦ୍ୟ କୋଭିଡ ସମୟ ରେ ଯୋଗାଇଆସିଛନ୍ତି l ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତି ମିଲ ପିଛା ୩୦ ଟଙ୍କା, ଟିଫିନ୍ ପ୍ରତି ୧୦ ଟଙ୍କା ହିସାବ ରେ ୩,୧୯,୦୦୦ ଟଙ୍କା ମଧ୍ୟରୁ ୨,୯୧,୦୦୦ଟଙ୍କା ପାଇ ସାରିଛନ୍ତି l ବିଗତ ଏକ ବର୍ଷ ଛଅ ମାସ ବିତିଗଲାଣି ଅଥଚ ସ୍ଥାନୀୟ ସରପଞ୍ଚ ଙ୍କୁ ବକେୟା ପାଉଣା ସଂକ୍ରାନ୍ତରେ ବାରମ୍ବାର ପଚାରିଲେ ମଧ୍ୟ ତାଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ପରିବର୍ତ୍ତେ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି l ତେଣୁ ଆସନ୍ତା ନଭେମ୍ବର ୭ ତାରିଖ ସୁଦ୍ଧା ଅଟକି ରହିଯାଇଥିବା ବକେୟା ପାଉଣା ଯଦି ନ ମିଳେ ତେବେ ସର୍ଗିବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ଦେବାକୁ ବାଧ୍ୟ ହେବୁ ବୋଲି ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି l

Leave A Reply

Your email address will not be published.